ବିଧାନସଭାକୁ ମୋବାଇଲ ମନା ! ଗୃହ ଭିତରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇଲେ ବାଚସ୍ପତି

147

କନକ ବ୍ୟୁରୋ: ଏଣିକି ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କି କିଏ ବ୍ୟବହାର କରୁଥିବାର ଦେଖାଯିବେ ତେବେ ତାହାକୁ ଜବତ କରାଯିବ । ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୂନ୍ୟକାଳରେ ଏହି ରୁଲିଂ ଦେଇଛନ୍ତି ।

ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ପୂର୍ବରୁ ରୋକ୍ ଲାଗିଛି । ହେଲେ ବିଧାୟକମାନେ ଏହାକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ଯ୍ୟରେ ବାଧା ଉପୁଜିଛି । ତେଣୁ ଏବେ ବିଧାନସଭାରେ ମୋବାଇଲ ବ୍ୟବହାର ଉପରେ କଟକଣା କଡାକଡି କରାଯିବ ।

Comments are closed.