କନକ ବ୍ୟୁରୋ: ଏଣିକି ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କି କିଏ ବ୍ୟବହାର କରୁଥିବାର ଦେଖାଯିବେ ତେବେ ତାହାକୁ ଜବତ କରାଯିବ । ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୂନ୍ୟକାଳରେ ଏହି ରୁଲିଂ ଦେଇଛନ୍ତି ।
ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ପୂର୍ବରୁ ରୋକ୍ ଲାଗିଛି । ହେଲେ ବିଧାୟକମାନେ ଏହାକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ଯ୍ୟରେ ବାଧା ଉପୁଜିଛି । ତେଣୁ ଏବେ ବିଧାନସଭାରେ ମୋବାଇଲ ବ୍ୟବହାର ଉପରେ କଟକଣା କଡାକଡି କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/ASSEMBLY.jpg)
/kanak/media/post_attachments/wp-content/uploads/2019/06/Odisha-assembly-300x177.jpg)