ସାବଧାନ ! ଆପଣଙ୍କ ମୋବାଇଲ୍ ବି ନକଲି ନୁହଁ ତ ? କିଣିବା ପୂର୍ବରୁ ଭଲଭାବରେ ପରଖି ନିଅନ୍ତୁ । 

30

ରାୟପୁରରେ ବଡ ବଡ କମ୍ପାନୀମାନଙ୍କ ଲେବଲ୍ ଲଗାଇ ନକଲି ମୋବାଇଲ୍,ପେନ୍ ଡ୍ରାଇଭ୍,ମେମୋରୀ କାର୍ଡ,ପାୱାର ବ୍ୟାଙ୍କକୁ ବିକ୍ରି କରୁଥିବା ଅନଃରାଜ୍ୟ ଚୋରଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ସମୟରେ ପୋଲିସ୍ ଏହି ଗ୍ୟାଙ୍ଗ୍ ଠାରୁ ନକଲି ଇଲେକ୍ଟ୍ରୋନିକ ସାମଗ୍ରୀର ଏକ ପୁରା ପେଟି ଜବତ କରିଥିଲେ । କ୍ରାଇମ୍ ବ୍ରାଞ୍ଚ୍ ର କହିବାନୁସାରେ ଉମେଶ୍ ଯାଦବ(୨୫) ନାମକ ଜଣେ ଯୁବକ ଶୁକ୍ରବାର ପୋଲିସକୁ ଏନେଇ ସୂଚନା ଦେଇଥିଲେ ।

ଘଟଣା କିଛି ଏଭଳି,ଉମେଶ୍ ନିଜ ବନ୍ଧୁ ବିଶାଲଙ୍କ ସହ ବସିଥିବା ସମୟରେ ସେଠାରେ ଦୁଇ ତିନି ଜଣ ଲୋକ ଆସି ତାଙ୍କୁ ବ୍ରାଣ୍ଡେଡ୍ ଫୋନ୍ ଦେଖାଇଥିଲେ ଯାହାର ଦାମ୍ ଶୁଣି ତାଙ୍କର ହୋସ୍ ଉଡିଯାଇଥିଲା । ସେମାନଙ୍କ ପାଖରେ ମେମୋରୀ କାର୍ଡ,ପ୍ୟାନ୍ କାର୍ଡ,ମୋବାଇଲ୍ ଏବଂ ପାୱାର ବ୍ୟାଙ୍କ୍ ସବୁ ଥିଲା । ସେମାନଙ୍କଠାରୁ ଉମେଶ ଆଇଫୋନ୍ ୮ ପ୍ଲସ୍ ୧୫,୫୦୦ ଟଙ୍କା ଦେଇ କିଣିଥିଲେ ଏବଂ ବନ୍ଧୁ ବିଶାଲ ସାମସଙ୍ଗ୍ ନୋଟ୍ ୮ ଏବଂ ମେମୋରୀ କାର୍ଡକୁ ୧୬,୦୦୦ ଟଙ୍କା ଦେଇ କିଣିଥିଲେ । ନାଁ ପଚାରିବାରୁ ସେମାନେ ଅକରମ୍ ମନ୍ସୁରି,ୱସୀମ୍ ଖାନ୍ ଏବଂ ସଲାଉଦ୍ଦିନ୍ ନିବାସୀ ବୋଲି କହିଥିଲେ । ତେବେ ଘରେ ଯାଇ ଯେତେବେଳେ ଦୁହେଁ ମୋବାଇଲ୍ ଖୋଲିଲେ ସେତେବେଳେ ଫୋନର ବ୍ୟାଟେରୀ ଚାଲୁନଥିବା ବେଳେ ଫୋନ୍ ହ୍ୟାଙ୍ଗ୍ ମଧ୍ୟ ହୋଇଯାଇଥିଲା । ସବୁ ଫିଚର ଠିକରେ କାମ କରୁନଥିଲା । ତେବେ ଦୁହେଁ ମୋବାଇଲ୍ ଦୋକାନରେ ଫୋନ ଦେଖାଇବା ପରେ ଏହା ନକଲୀ ବୋଲି ଜଣାପଡିଥିଲା । ଅସଲି ମୋବାଇଲରେ ଆଇଏମଇ ନମ୍ବର ଲେଖାଥାଏ କିନ୍ତୁ ନକଲି ମୋବାଇଲରେ ସେମିତି କିଛି ନଥିଲା । ଶେଷରେ ପୋଲିସ୍ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ କବଳରୁ ଏଚପି କମ୍ପାନୀର ୯୦ ନଗ ପେନ୍ ଡ୍ରାଇଭ.ସାମସଙ୍ଗ୍ କମ୍ପାନୀ ୮ ପାୱାର ବ୍ୟାଙ୍କ,ନୋଟ୍ ୮ ମୋବାଇଲ,ଦୁଇଟି ଆଇଫୋନ୍, ୧୮ ମେମୋରୀ କାର୍ଡ ଜବତ କରାଯାଇଥିଲା ।