କନକ ବ୍ୟୁରୋ: ଆଖି ପିଛୁଳାକେ ମୋବାଇଲ ଗାଏବ । ସ୍ପଷ୍ଟ ଦିବାଲୋକରେ ଲୁଟିନେଲା ଲୁଟେରା । ପରିବା କିଣୁ କିଣୁ ଲୁଟ୍ ହୋଇଗଲା ମୋବାଇଲ । ସିସିଟିଭିରେ କଏଦ ହେଲା ମୋବାଇଲ ଲୁଟ୍ର ଦୃଶ୍ୟ । ଘଟଣା ଘଟିଛି ଅନୁଗୁଳ ସହରରେ । ଡେଲି ମାର୍କେଟ୍ ପରିବାର କିଣୁଥିଲେ ଲୋକେ । ଏହି ସମୟରେ ଜଣେ ଯୁବକ ଆସି ପରିବା କିଣୁଥିବା ଜଣେ ବ୍ୟକ୍ତିଙ୍କ ସାର୍ଟ ପକେର୍ଟରୁ ଅତି ଚତୁରତାର ସହ ମୋବାଇଲ ଲୁଟି ନେଇଥିଲେ । ମୋବାଇଲ୍ ଲୁଟ୍ କରିବାର କୌଶଳ ଏପରି ଥିଲା ତାଙ୍କ ମୋବାଇଲ ଚୋରି ହୋଇଛି ବୋଲି ବ୍ୟକ୍ତି ଜଣଙ୍କ ଜାଣି ପାରିନଥିଲେ । ଆଉ ଜାଣିବା ବେଳକୁ ଲୁଟେରା ଯୁବକ ଜଣଙ୍କ ସେଠାରେ ପଳାଇ ଯାଇଥିଲେ ।

Advertisment