ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ : ସଟର ତାଡି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲା ଦୁର୍ବୃତ , ନବରଙ୍ଗପୁର ଚନ୍ଦାହାଣ୍ଡି ଅଂଚଳରୁ ଆସିଲା ଚିତ୍ର

87

ମୋବାଇଲ ଦୋକାନରୁ ଚୋରୀ । ସିସିଟିଭିରେ କଏଦ ହେଲା ଲୁଟ୍ ଲାଇଭ । ବିଳମ୍ବିତ ରାତିରେ ନବରଙ୍ଗପୁର ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନର ସଟର ଭାଙ୍ଗି ମୋବାଇଲ ଚୋରୀ କରିଛନ୍ତି ଦୁର୍ବୃତ । ସୁଚନା ଅନୁସାରେ ସବୁଦିନ ଭଳି ମୋବାଇଲ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳୁ ଦୋକାନକୁ ଆସି ଦେଖିବା ବେଳେ ଦୋକାନର ସଟର ଭଙ୍ଗା ହେବା ସହ ମୋବାଇଲ ଚୋରୀ ହୋଇଥିବା ଦେଖିବାକୁ ମିଳିଛି । ଦୋକାନରୁ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ମୋବାଇଲ ଚୋରୀ କରି ନେଇଛି ଦୁର୍ବୃତ ।ଏନେଇ ଚନ୍ଦାହାଣ୍ଡି ଥାନାରେ ମାମଲା ରୁଜୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀର ସମ୍ପୁର୍ଣ୍ଣ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।