ମୋବାଇଲ ଫୋନକୁ ଆସିବ ବଜ୍ରପାତର ସତର୍କ ସୂଚନା ! ଖୁବ ଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର

Advertisment
ମୋବାଇଲ ଫୋନକୁ ଆସିବ ବଜ୍ରପାତର ସତର୍କ ସୂଚନା !  ଖୁବ ଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର

source- kanak news

କନକ ବ୍ୟୁରୋ : ଏଣିକି ଆପଣଙ୍କ ମୋବାଇଲ ଫୋନକୁ ଆସିବ ବଜ୍ରପାତର ସତର୍କ ସୂଚନା । ଏପରି ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛନ୍ତି ରିଲିଫ କମିଶନର । ଡପଲର ରାଡାରର ତଥ୍ୟକୁ ଆଧାର କରି ବଜ୍ରପାତର ପୂର୍ବାନୁମାନ ଏସଆରସିଙ୍କ ପକ୍ଷରୁ ମୋବାଇଲରେ ପଠାଇବା ପାଇଁ ବ୍ୟବସ୍ଥା ହେବ ।

ଏହା ଟ୍ୟାକ୍ସ ବା ଭଏସ ମ୍ୟାସେଜ ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା ସ୍ଥାନର ଲୋକଙ୍କ ମୋବାଇଲକୁ ପଠାଯିବ । ଏହି ମଲ୍ଟି ମ୍ୟାସେଜିଂ ସିଷ୍ଟମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଏସଆରସି କହିଛନ୍ତି । ଓଡିଶାରେ ପ୍ରତି ବର୍ଷ ହାରାହାରି ୪୦୦ ଜଣ ବଜ୍ରାଘାତରେ ମୃତ୍ୟୁ ବରଣ କରୁଛନ୍ତି । ଏହା ଜାତୀୟ ହାରଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ ।

ବିଶେଷ କରି ଗ୍ରାମାଂଚଳ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଥିବା ବେଳେ ମଲ୍ଟି ମ୍ୟାସେଜିଂ ସିଷ୍ଟମ ବ୍ୟବହାର କରି ସେହି ସ୍ଥାନର ଲୋକଙ୍କ ସତର୍କ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe