କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା

1,395

କନକ ବ୍ୟୁରୋ : ଆଜିକାଲି ଆମେ ଯଦି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବା କୌଣସି ସ୍ଥାନକୁ କିଭଳି ଯାତ୍ରା କରିବା ବୋଲି ଭାବୁଛନ୍ତି ତାହେଲେ ଆମେ ସାଧାରଣତ ଗୁଗୁଲ ମ୍ୟାପର ବ୍ୟବହାର କରିଥାନ୍ତି । ଆଜାକାଲି ଗୁଗୁଲ ମ୍ୟାପର ଚାହିଦା ବି ବଢି ଚାଲିଛି । କିନ୍ତୁ ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ମୋବାଇଲ ଧରି ଗୁଗଲ ମ୍ୟାପ କରୁଛନ୍ତି ତାହେଲେ ଆପଣଙ୍କ ପକେଟ ଉପରେ ଏହା ଭାରି ପଡିପାରେ । ଯଦି ଆପଣ ଭାବୁଛନ୍ତି ଏହା କେମିତି ତାହାଲେ ଶୁଣନ୍ତୁ ।
ସାଧାରଣତ ଗାଡି ଚଳାଇବା ସମୟରେ ଆମେମାନେ ଗୁଗୁଲ ମ୍ୟାପର ନେଭିଗେସନ ଅନ କରିଦିଅନ୍ତି । ଆଉ ଏହା କରିବା ଦ୍ୱାରା ଆମକୁ ରୁଟ ସମ୍ପର୍କରେ ଜଣାପଡିଯାଏ । ଯଦି ଆମେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବରା ପାଇଁ ଭାବୁଛନ୍ତି କିନ୍ତୁ ଆମକୁ ସେହି ସ୍ଥାନକୁ ଯିବା ପାଇଁ ରୁଟ ସମ୍ପର୍କରେ ଜଣାନାହିଁ । ତେଣୁ ଆମେ ତୁରନ୍ତ ଗୁଗୁଲ ମ୍ୟାପର ସାହାରା ନେଇଥାେଉ । ସେହିପରି ଯଦି କେଉଁଠାରେ ଭିଡ ଥାଏ ବା ରାସ୍ତା ଜାମ ଥାଏ ତାହେଲେ ଏହାଦ୍ୱାରା ବି ଆମେ ଜାଣିପାରିଥାଉ । ତେଣୁ ଆମେ ମାନେ ବିକଳ୍ପ ରାସ୍ତା ବାଛିଥାଊ । ଏସବୁ ଗୁଗୁଲ ମ୍ୟାପରୁ ଆମେ ଜାଣିପାରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଗୁଗୁଲ ମ୍ୟାପରୁ ଫାଇଦା ମିଳିଥାଏ ସତ,କିନ୍ତୁ ଏହା ଦ୍ୱାରା କିଛି କ୍ଷତି ବି ହୋଇପାରେ । ଆପଣ ଯଦି ଆପଣଙ୍କ ଗାଡିର ଡ୍ୟାସ ବୋର୍ଡରେ ମୋବାଇଲ ହୋଲଡର ଲଗାଇନାହାନ୍ତି ଆଉ ହାଥରେ ମୋବାଇଲ ଧରି ଗୁଗୁଲ ମ୍ୟାପ କରୁଛନ୍ତି ତାହେଲେ ଏହା ଆପଣଙ୍କୁ ମହଙ୍ଗା ପଡିପାରେ । ଏଥିପାଇଁ ଆପଣଙ୍କୁ ୫ହଜାର ଟଙ୍କା ଯାଏଁ ଜୋରିମାନେ ଦେବାକୁ ପଡିପାରେ ।
ନିକଟରେ ଦିଲ୍ଲୀରୁ ଏଭଳି ଏକ ମାମଲା ଆସିଥିଲା । ଜଣେ ଯୁବକଙ୍କଠୁ ପୋଲୁସି ଚାଲାଣ କାଟିଥିଲା । ଯୁବକ ଜଣକ କାର ଡ୍ରାଇଭ କରୁଥିବା ବେଳେ ହାତରେ ମୋବାଇଲ ଧରିଥିଲେ ତେଣୁ ତାଙ୍କୁ ଜରିମାନା ଭରିବାକୁ ପଡିଥିଲା । ଏହା ଟ୍ରାଫିକ ନିୟମ ବିରୋଧରେ ଯାଉଛି । ତେଣୁ ଚାଲାଣ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛୀ । ତେଣୁ ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ମୋବାଇଲର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ଗାଡିରେ ମୋବାଇଲ ହୋଲ୍ଡର ଲଗାନ୍ତୁ । ମୋବାଇଲ ହୋଲଡରରେ ମୋବାଇଲ ରଖି ଡ୍ରାଇଭ କଲେ ଏହାକୁ ଟ୍ରାଫିକ ନିୟମ ଉଲ୍ଲଂଘନ କୁହାଯିବନି । ଆଜିକାଲି ମାର୍କେଟରେ ମୋବାଇଲ ହୋଲ୍ଡର ସହଜରେ ମିଳିଯାଉଛି । ସାଧାରଣତ ବାଇକ ପାଇଁ ୨ଶହ ଟଙ୍କା ଓ କାର ପାଇଁ ହଜାରେ ଟଙ୍କାରେ ମୋବାଇଲ ହୋଲ୍ଡର ମିଳିଯାଉଛି । ତେଣୁ ଯଦି ଆପଣ ବ୍ୟବହାର କରୁଥିବା ଗାଡିରେ ମୋବାଇଲ ହୋଲ୍ଡର ଲଗାଇ ନାହାନ୍ତି ତାହେଲେ ଫଟାଫଟ ଯାଇ ଲଗାଇଦିଅନ୍ତୁ । ନଚେତ ଆପଣଙ୍କୁ ବି ଏହା ଭାରି ପଡିପାରେ ।