ମୋବାଇଲ କଭରର ସଉକ ରଖୁଥିଲେ ପଢ଼ି ନିଅନ୍ତୁ ଏହି ଖବର , ଫୋନ୍ ସହିତ ୟୁଜର୍ସଙ୍କୁ ମଧ୍ୟ ଏହି ପ୍ରକାରରେ ପହଂଚାଇଥାଏ କ୍ଷତି

223

ସ୍ମାର୍ଟଫୋନ୍ କିଣିବା ପରେ ୟୁଜର୍ସ ମୋବାଇଲ କଭର ନିଶ୍ଚୟ କିଣନ୍ତି । ମୋବାଇଲ କଭର ଫୋନ୍ କୁ କ୍ଷତି ହେବାରୁ ବଂଚାଇଥାଏ । ଏହାର ଯେତିକି ଫାଇଦା ଅଛି ସେତିକି କ୍ଷତି ମଧ୍ୟ । ଫୋନରେ ମୋବାଇଲ କଭର ଲାଗିଥିଲେ, ଫୋନ୍ ଗରମ ହୋଇଯାଏ ଓ ଯେବେ ଏଥିରୁ କଲ୍ କରାଯାଏ ଫୋନ୍ ର ଉତ୍ତାପ ଆମ ମସ୍ତିଷ୍କ ପର୍ଯ୍ୟନ୍ତ ପହଂଚେ । କେବଳ ଏତିକି ନୁହେଁ ଫୋନ୍ ରେ କଭର ଲଗାଇଲେ ମୋବାଇଲର ରେଡିଏସନ୍ ମାତ୍ରା ବଢ଼ିଯାଏ । ଏହା ବହୁତ କ୍ଷତିକାରକ ହୋଇପାରେ ।

• ମୋବାଇଲ ଖରାପ ହୋଇପାରେ : ଏହା ଦ୍ୱାରା ମୋବାଇଲ ୟୁଜର୍ସଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଫୋନ୍ ଖରାପ ହେବାର ସମ୍ଭାବନା ଥାଏ । ଯଦି ୟୁଜର୍ସ ମେଟାଲ କଭର ବ୍ୟବହାର କରୁଛନ୍ତି, ତେବେ ତାକୁ ଫୋନରୁ ରିମୁଭ କରିବାରେ ବହୁତ ସମସ୍ୟାର ସାମନା କରିବାକୁ ପଡିଥାଏ ।

• ଫୋନ୍ ର ସ୍କ୍ରିନ୍ କୁ ପହଂଚିପାରେ କ୍ଷତି : ବେଳେବେଳେ କଭର ଏତେ ସକ୍ଷମ ନଥାଏ ଯେ, ଫୋନ୍ ପଡିଯିବାପରେ ତାକୁ ଭାଙ୍ଗିବାରୁ ବଂଚାଇପାରିବ ।

• ଫୋନ୍ ହୋଇପାରେ ଓଭରହିଟ୍ : କିଛି ଏମିତି ମୋବାଇଲ କେସ୍ ଥାଏ ଯାହା ଖରାପ ଗୁଣାତ୍ମକ ମାନର ପ୍ଲାଷ୍ଟିକରେ ତିଆରି ହୋଇଥାଏ । ଏହା ଦ୍ୱାରା ଫୋନ୍ ବ୍ୟାଟେରୀ ଉପରେ ପ୍ରଭାବ ପଡିପାରେ । ଏହା ଦ୍ୱାରା ଫୋନ୍ ଗରମ ହୋଇଯାଏ ଓ ସେଥିରେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ ।

• ସିଗନାଲକୁ ବ୍ଲକ୍ କରିଦିଏ : କିଛି ସ୍ମାର୍ଟଫୋନ୍ ନେଟୱର୍କ କ୍ୱାଲିଟି ଉପରେ ପ୍ରଭାବ ପକାନ୍ତି । ଯଦି ଫୋନ୍ ରେ କେସ୍ ଲାଗିଥାଏ, ତେବେ ଫୋନ୍ ରେ ନେଟୱର୍କର ବହୁତ ଅସୁବିଧା ହୋଇଥାଏ ।