ବେକ ତଳକୁ କରି ମୋବାଇଲ୍ ଦେଖୁଥିବା ଲୋକଙ୍କ ଉଚ୍ଚତାରେ ପଡୁଛି ପ୍ରଭାବ ! ତାଲିକାରେ ରହିଛି ମହିଳା ଏବଂ ଶିଶୁଙ୍କ ନାଁ , ଗବେଷଣାରୁ ମିଳିଲା ତଥ୍ୟ ।
ଲୋକଙ୍କ ଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡେ କିନ୍ତୁ ଅଧିକାଂଶ ସମୟ ଏଭଳି କଲେ ଆପଣଙ୍କ ଉଚ୍ଚତା ଯେ ବିପଦରେ ଆସିଯାଏ ଏହା ଆପଣ ଜାଣିନଥିବେ । ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍ ର ସ୍ୱାମୀତ୍ୱ ବଢିବା ସହ ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢୁଛି । ତେବେ ଏହି ଉପକରଣକୁ ବ୍ୟବହାର କରିବାକୁ ହେଲେ ବେକକୁ ତଳକୁ କରି କାମ କରିବାକୁ ହୋଇଥାଏ । କିନ୍ତୁ ବର୍ତ୍ତମାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ଏହାର ପ୍ରେସର୍ ପଡୁଛି । ଯେଉଁଥିପାଇଁ ତାଙ୍କ ଉଚ୍ଚତାରେ ଏହାର ସିଧାସଳଖ ପ୍ରଭାବ ପଡୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗବେଷଣାରୁ ଜଣାପଡିଛି ଯେ ମହିଳା ଏବଂ ଛୋଟ ପିଲା ମାନେ ଲମ୍ବା ଲୋକଙ୍କ ଠାରୁ ଅଧିକ ନିଜ ମୁଣ୍ଡକୁ ବିଭିନ୍ନ ଠାଣିରେ ବୁଲାଇ ଥାନ୍ତି । ତେଣୁ ସେମାନେ ଅଧିକ ସମୟ ବେକ ଯନ୍ତ୍ରଣାରେ କଷ୍ଟ ପାଇଥାନ୍ତି ।