ପୁଣି ମହଙ୍ଗା ହେବ ମୋବାଇଲ କଲ୍ । ଟାରିଫ୍ ବଢାଇବେ ଏସବୁ କମ୍ପାନୀ ।

581

କନକ ବ୍ୟୁରୋ: ମୋବାଇଲ ଉପଭୋକ୍ତାଙ୍କ ପାଇଁ ମହଙ୍ଗା ମାଡ । କାରଣ ଆଗକୁ ପୁଣିଥରେ ବଢିବାକୁ ଯାଉଛି ମୋବାଇଲରେ କଥାବର୍ତ୍ତା । କାରଣ ଟେଲିକମ୍ ଅପରେଟରମାନେ ପୁଣିଥରେ ସେମାନଙ୍କର ମୋବାଇଲ ଟାରିଫ୍ ବୃଦ୍ଧି କରିବାକୁ ଯାଇଛନ୍ତି । ମାତ୍ର ଦୁଇ ମାସ ତଳେ ଅର୍ଥାତ୍ ନଭେମ୍ବରରେ ମୋବାଇଲ ଟାରିଫ୍ ବୃଦ୍ଧି କରିଥିବା ଟେଲିକମ୍ କମ୍ପାନୀ ଏବେ ପୁନର୍ବାର ସେମାନଙ୍କର ପ୍ଲାନଗୁଡିକର ମୂଲ୍ୟ ବଢାଇବାକୁ ଯୋଜନା କରିଛନ୍ତି । ଏହି କ୍ରମରେ ଭୋଡାଫୋନ୍, ଆଇଡିଆ ନିଜ ଟାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି । ଏନେଇ କମ୍ପାନୀର ଜଣେ ଉଚ୍ଚାଧିକାରୀ କହିଛନ୍ତି ଯେ, ଚଳିତବର୍ଷ ଶୁଳ୍କ ସଂଶୋଧିତ ହୋଇପାରେ, କିନ୍ତୁ ଏହା ଗତବର୍ଷ ଶୁଳ୍କ ବୃଦ୍ଧି ଓ ବଜାର ପ୍ରତିକ୍ରିୟା ଉପରେ ନିର୍ଭର କରେ ।

ଭୋଡାଫୋନ୍-ଆଇଡିଆ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ କହିଛନ୍ତି ଯେ, କମ୍ପାନୀ ଶସ୍ତା ମୂଲ୍ୟର ପ୍ଲାନର ମୂଲ୍ୟ ମାସକ ପାଇଁ ୯୯ ଟଙ୍କା ରଖିଛି । ଏହା ୪-ଜି ସେବା ବ୍ୟବହାରୀକାରୀଙ୍କ ପାଇଁ ଅତ୍ୟଧିକ ମହଙ୍ଗା ନୁହେଁ । ଚଳିତବର୍ଷ ପୁନର୍ବାର ଏହି ପ୍ଲାନ ଗୁଡିକର ଦର ବୃଦ୍ଧି ହୋଇପାରେ । ଏହି କମ୍ପାନୀ ଗୁଡିକ ଗତ ବର୍ଷ ନଭେମ୍ବରରେ ପ୍ରିପେଡ ପ୍ଲାନର ମୂଲ୍ୟ ୨୦ରୁ ୨୫% ବୃଦ୍ଧି କରିଥିଲେ । ଏହାବ୍ୟତୀତ ଏୟାରଟେଲ ଓ ଜିଓ ମଧ୍ୟ ସେମାନଙ୍କର ମୋବାଇଲ ପ୍ଲାନ୍ ଦର ବଢାଇଥିଲେ ।