କନକ ବ୍ୟୁରୋ : ମୋବାଇଲ ଚାର୍ଜ ବେଳେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ମୋବାଇଲ ଫାଟି ଟ୍ରକରେ ଲାଗିଲା ନିଆଁ। ଆଉ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ଗତକାଲି ବିଳମ୍ବିତ ରାତିରେ ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ ବନର ଢାବା ନିକଟରେ ତାଳଚେରରୁ କେନ୍ଦୁଝର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ଛିଡ଼ା ହାଇଥିଲା । ଡ୍ରାଇଭର ଜଣକ ଟ୍ରକ୍ ଭିତରେ ନିଜ ସିଟ୍ ପାଖରେ ମୋବାଇଲ ଚାର୍ଜରେ ବସାଇଥିଲେ ।
ଡ୍ରାଇଭର ଓ ହେଲପର ଢାବାରେ ଖାଉଥିବା ବେଳେ ସର୍ଟ ସର୍କିଟ ଯାଗୁଁ ମୋବାଇଲ ଫାଟି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଟ୍ରକଟି ଜଳିଯାଇଥିଲା । ଖବର ପାଇ ପାଲଲହଡ଼ା ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ଖମାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-04-08h37m08s628.png)