କନକ ବ୍ୟୁରୋ : ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଥାନା କାଲିମାଟି ଗାଁରେ । ଯେଉଁଠି ଜଣେ ବାଳକ ମୋବାଇଲ ଚାର୍ଜ କରୁଥିବା ସମୟରେ ସେଥିରେ ବିସ୍ଫୋରଣ ଘଟି ଜଳିଯାଇଥିବା ଅଭିଯୋଗ ଆସିଛି । ସୂଚନା ମୁତାବକ, ମୋବାଇଲ ଚାର୍ଜ କରୁଥିବା ସମୟରେ ହଠାତ ବ୍ୟାଟେରୀ ଫାଟିଯିବା ଫଳରେ ଗାଁର କୃତିବାସ ମାଝି ନାମକ ଜଣେ ଛାତ୍ର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କୃତିବାସ ମୋବାଇଲକୁ ସୋଲାର ଲାଇଟରେ ବସାଇ ଚାର୍ଜ କରୁଥିବାବେଳେ ହଠାତ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣରେ କୃତିବାସଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ଏହା ସହ ଶରୀରର ଅନ୍ୟ ଅଂଶ ପୋଡିଯାଇଛି ।

Advertisment

publive-image

ତେବେ ମୋବାଇଲରେ ବିସ୍ଫୋରଣ ଘଟି ଜୀବନହାନି ଘଟିବା ଭଳି ଖବର ଆସିବା କୌଣସି ନୂଆ ଘଟଣା ନୁହେଁ ଏହା ପୂର୍ବରୁ କିଛି ଦିନ ତଳେ ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ଏକ ମୋବାଇଲ ଫୋନ୍ ବିସ୍ଫୋରଣ ଘଟିବାରୁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ନୋକିଆ ୫୨୩୩ ମୋବାଇଲକୁ ଚାର୍ଜରେ ବସାଇ କଥାହେଲା ବେଳେ ଏହି ଅଘଟଣ ଘଟିଥିଲା ।ଫୋନକୁ ଚାର୍ଜରେ ବସାଇ କଥା ହେଉଥିବା ସମୟରେ ଫୋନଟିରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଯୁବତୀ ଜଣକ ଜଳିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

publive-image

ତେଣୁ ଏସବୁ ସ୍ଥିତିରେ ଆମର ଖାଲି ଆପଣଙ୍କୁ ଗୋଟିଏ ପରାମର୍ଶ କି, ମୋବାଇଲ ବ୍ୟବହାର ସମୟରେ ସାବଧାନ ରହିବା ନିହାତି ଜରୁରୀ । ବିଭିନ୍ନ ସମୟରେ ଏପରି ଖବର ଆସୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ଅଣଦେଖା କରିବା ଯୋଗୁଁ ଏପରି ଅନେକ ଦୁର୍ଘଟଣା ଘଟୁଛି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଲୋକେ । ତେଣୁ ମୋବାଇଲକୁ ଚାର୍ଜ କରିବା ସମୟରେ ମୋବାଇଲ ବ୍ୟବହାର କରିବା ଉଚିତ ନୁହେଁ ।