କନକ ବ୍ୟୁରୋ: ମେଡିକାକଲରେ ପଡ଼ିଲା ଟିକ୍ ଟିକ ଇଫେକ୍ଟ । ଏଣିକି ଡାକ୍ତରଖାନାର ଏସ,ଏନ.ସି.ୟୁ, ଆଇ.ସି.ୟୁ, ଅପରେସନ ଥିଏଟର ଏବଂ ଲେବର ରୁମ ପରି ଗରୁତ୍ୱପୁର୍ଣ ସ୍ଥାନକୁ ମୋବାଇଲ ନନେବାକୁ କଡ଼ା ନିର୍ଦ୍ଦେଶ । ସୂଚନା ମୁତାବକ ମାଲକାନଗଗିରି ଏସ.ଏନ.ସି.ୟୁ ରେ ନର୍ସ ମାନଙ୍କ ଟିକ ଟକ୍ ଭିଡିଓ ଭାଇରାଲ ଘଟଣା ପରେ ଏପରି କଡା ପଦକ୍ଷେପ ଗ୍ରହଣ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏହାକୁ କଡା କଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତ ସି.ଡି.ଏମ.ଓଙ୍କୁ ତାଗିଦ କରିଥିବା ଜଣାପଡିଛି ।

Advertisment

publive-imageସେପଟେ ମାଲକାନଗିରି ସି.ଡି.ଏମ.ଓ ଡ. ଅଜିତ କୁମାର ମହାନ୍ତି କହିଛନ୍ତି କି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବାପରେ ଏନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଭିଗୀୟ ମୁଖ୍ୟଙ୍କୁ କଡା ଚେତାବନୀ ଦିଆଯାଇଛି । କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ ବରଂ ଏହାକୁ ପରବର୍ତ୍ତୀ ସମୟରେ ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ମାନଙ୍କରେ ଏହି ନିୟମ ପାଳନ କରାଯିବ ବୋଲି ସି.ଡି.ଏମ.ଓ ଅଜିତ କୁମାର ମହାନ୍ତି କହିଛନ୍ତି ।