ଘର ପାଖକୁ ଆସିବ ଏଟିଏମ୍... ଲକଡାଉନ୍ ସମୟରେ ଟଙ୍କା ଉଠାଣ ପାଇଁ ଯିବାକୁ ପଡିବନି ବାହାରକୁ, ଗ୍ରାହକଙ୍କୁ ଏହି ବ୍ୟାଙ୍କ ଦେଉଛି ସୁବିଧା

ଘର ପାଖକୁ ଆସିବ ଏଟିଏମ୍... ଲକଡାଉନ୍ ସମୟରେ ଟଙ୍କା ଉଠାଣ ପାଇଁ ଯିବାକୁ ପଡିବନି ବାହାରକୁ, ଗ୍ରାହକଙ୍କୁ ଏହି ବ୍ୟାଙ୍କ ଦେଉଛି ସୁବିଧା

ଭାରତରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଲକଡାଉନ୍, ସାପ୍ତାହିକ ଲକଡାଉନ୍ କିମ୍ବା କର୍ଫ୍ୟୁ ଘୋଷଣା କରିଛନ୍ତି। ତେବେ କଟକଣା ଲାଗୁ ଦ୍ୱାରା ଲୋକଙ୍କୁ ନଗଦ ଟଙ୍କା ଉଠାଇବାକୁ ଅସୁବିଧାର ସାମ୍ନା କରିବାକୁ ପଡୁଛି | ଏହାକୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରୋନା ସଙ୍କଟ ମଧ୍ୟରେ ଗ୍ରାହକଙ୍କ ନଗଦ ଟଙ୍କା ସମସ୍ୟାର ମୁକାବିଲା କରିବାକୁ ଏଚଡ଼ିଏଫସି ବ୍ୟାଙ୍କ ସାରା ଦେଶରେ ମୋବାଇଲ୍ ଏଟିଏମର ସୁବିଧା ଆରମ୍ଭ କରିଛି। ଦେଶର ୧୯ ଟି ସହରରେ ଏଚଡ଼ିଏଫସି ଗ୍ରାହକ ଏହାର ଲାଭ ପାଇବେ।

ଏଚଡ଼ିଏଫସି ବ୍ୟାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛି ,ଯେଉଁଥିରେ ପ୍ରମୁଖ ସହରଗୁଡ଼ିକରେ ଏଟିଏମ୍ ଭ୍ୟାନର ସୁବିଧା ଉପଲବ୍ଧ କରାଯାଇଛି। ଏଥିମଧ୍ୟରେ ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ପୁଣେ, ଲଖନଉ, ଦିଲ୍ଲୀ, ଲୁଧିଆନା ଭଳି ୧୯ଟି ସହରରେ ଏହି ସୁବିଧା ମିଳିବ | ବ୍ୟାଙ୍କ କହିଛି ଯେ ମୋବାଇଲ୍ ଏଟିଏମ୍ ସୁବିଧା ହେତୁ ସାଧାରଣ ଲୋକଙ୍କୁ ନଗଦ ଟଙ୍କା ନେବାକୁ ନିଜ ଅଞ୍ଚଳରୁ ବାହାରକୁ ଯିବାକୁ ପଡିବ ନାହିଁ।

ଗ୍ରାହକମାନେ ମୋବାଇଲ୍ ଏଟିଏମ୍ ବ୍ୟବହାର ମାଧ୍ୟମରେ ୧୫ ପ୍ରକାରର କାରବାର କରିବାକୁ ସକ୍ଷମ ହେବେ। ନଗଦ ଟଙ୍କା ଉଠାଇବା ସମୟରେ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଭ୍ୟାନକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ଏଥିସହ, ଯେଉଁମାନେ ଟଙ୍କା ଉଠାଇବାକୁ ଆସିବେ ସେମାନଙ୍କୁ ଗାଇଡଲାଇନ ଅନୁସରଣ କରିବାକୁ ପଡିବ | ସୂଚନା ଥାଉ କି ଗତବର୍ଷ କରୋନା ସଙ୍କଟ ସମୟରେ ଏଚଡ଼ିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ଏହି ପ୍ରକାର ସୁବିଧା ଦେଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe