ଏବେ ମଣିଷକୁ ବସିବା ଶୈଳୀ ଶିଖାଇବ ମୋବାଇଲ ଆପ : ଭୁଲ ହେଲେ ତୁରନ୍ତ ମିଳିବ ସତର୍କ ସୂଚନା, ଜାଣନ୍ତୁ କେଉଁ ଆପ ଓ ତା’ର ବ୍ୟବହାର ସଂପର୍କରେ

37

ଦୟାକରି ଚେୟାରରେ ସିଧା ବସନ୍ତୁ । ମୁଣ୍ଡ ତଳକୁ କରି ବସନ୍ତୁନି । ଚେୟାର ଉପରେ ଠିକ ଭାବରେ ନବସିବା ଆପଣଙ୍କ ମେରୁଦଣ୍ଡ ପାଇଁ କ୍ଷତିକାରକ ହୋଇପାରେ । ଏମିତି ସବୁ ସତର୍କ ବାଣୀ ଏବେ ମିଳିବ ମୋବାଇଲ ଆପରୁ । ବସିବାର ଢଙ୍ଗ ଭୁଲ ହେଲେ, ମୋବାଇଲ ବ୍ୟବହାର କରିବା ସମୟରେ ଅଙ୍ଗଭଙ୍ଗି ଭୁଲ ହେଲେ ତୁରନ୍ତ ନୋଟିଫିକେସନ ମିଳିବ । ବସିବା ଭଙ୍ଗିକୁ ଠିକ କରିବା ପାଇଁ ଦୁନିଆର ପ୍ରଥମ ମୋବାଇଲ ଆପ୍ଲିକେସନ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ।

ଦିଲ୍ଲୀ ସ୍ଥିତ ମୋର୍ଡନ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ହର୍ଷ ଗୁପ୍ତା ‘ସ୍ପାଇଣ୍ଡ’ ନାମକ ମୋବାଇଲ ଆପ ନିର୍ମାଣ କରିଛନ୍ତି । ହର୍ଷ ଦାବି କରିଛନ୍ତି କି ଏହା ଦୁନିଆର ପ୍ରଥମ ଏମିତି ମୋବାଇଲ ଆପ, ଯାହା ଆପଣଙ୍କୁ ଦିନସାରା ସତର୍କ କରିବା ସହିତ ଆପଣଙ୍କ ବସିବା-ଉଠିବାର ଅବସ୍ଥାକୁ ଗ୍ରାଫ ଜରିଆରେ ଜଣାଇବ । ସାଇଣ୍ଟିଫିକ ରିସର୍ଚ୍ଚ ପବ୍ଲିସିଙ୍ଗରେ ଏହାର ରିସର୍ଚ୍ଚ ପେପର ପ୍ରକାଶିତ ହୋଇସାରିଛି ।

ହର୍ଷଙ୍କୁ ମେରୁଦଣ୍ଡରେ ବ୍ୟଥା ହେଉଥିଲା । ଡାକ୍ତର ତାଙ୍କୁ ମୋବାଇଲର ବ୍ୟବହାରକୁ କମ କରିବାକୁ ପରାମର୍ଶ ଦେଲେ । ତା’ପରେ ସେ ଏହାର ସମାଧାନ କାଢ଼ିବାକୁ ଯାଇ ଏହି ଆପର ଆବିଷ୍କାର କଲେ, ଯଦ୍ୱାରା ବସିବା-ଉଠିବା ବ୍ୟବସ୍ଥାରେ ସୁଧାର ଆସିବ । ବିଦେଶରେ ବି ଏହା ଉପରେ ଗବେଷଣା ହୋଇସାରିଛି । ସେମାନେ ମୋବାଇଲରେ ଦୁଇଟି ସେନ୍ସର ଲଗାଇ ଗବେଷଣା କରିସାରିଛନ୍ତି, କିନ୍ତୁ ହର୍ଷ ନିର୍ମାଣ କରିଥିବା ଆପରେ ଗୋଟିଏ ହିଁ ସେନ୍ସର ଲାଗିଛି , ଯାହାକି ପ୍ରତିଦିନ କ୍ୟାଲେଣ୍ଡର ଭଳି ଆପଣଙ୍କୁ ଆଲର୍ଟ କରିବ ।