ଲକଡ଼ାଉନରେ ଘରେ ବସି କେମିତି ପାଇବେ ସାବିତ୍ରୀ ଓଷା ପାଇଁ ସାମଗ୍ରୀ : ଅନଲାଇନ୍ ସପିଂ ସାଇଟ ମୋ-ଭାଇ ଡ଼ଟ୍ କମରେ ମିଳୁଛି ପୁଟୁଳି

2,491

କନକ ବ୍ୟୁରୋ : ଆଗାମୀ ଜୁନ୍ ୧୦ ତାରିଖରେ ସାବିତ୍ରୀ ବ୍ରତ । ହେଲେ ରଜ, ସାବିତ୍ରୀରେ ବଜାର ଭିଡ ହେବା ଆଶଙ୍କା କରି ରାଜ୍ୟ ସରକାର ଲକଡାଉନ ଅବଧିକୁ ୧୭ ତାରିଖ ଯାଏଁ ବଢାଇ ଦେଇଥିଲେ । ଏବେ ଲୋକଙ୍କ ଭିତରେ ଚିନ୍ତା, ଲକଡାଉନରେ କେମିତି କିଣାଯିବ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ ଫଳ ।

ତେବେ ଲୋକଙ୍କ ଏହି ସମସ୍ୟା ଦୂର କରିବାକୁ ଆଗେଇ ଆସିଛି ଅନଲାଇନ ସପିଂ ସାଇଟ୍ ‘ମୋ ଭାଇ ଡଟ୍ କମ୍’ । ଏଥିରେ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ସାମଗ୍ରୀ କିଣିବାର ସୁଯୋଗ ରହିଛି । ମାତ୍ର ୫୦୦ ଟଙ୍କା ଓ ହଜାରେ ଟଙ୍କାର ସାବିତ୍ରୀ ପୁଟୁଳି ଯୋଗାଇ ଦେଉଛି ଏହି ସାଇଟ୍ । ୫୦୦ ଟଙ୍କାର ପୁଟୁଳିରେ ସଧବା ମହିଳାଙ୍କ ସାବିତ୍ରୀ ପୂଜା ପାଇଁ ରହିଛି ଶଂଖା, ସିନ୍ଦୁର, ଅଳତା, ବ୍ରତ ସାଙ୍ଗକୁ ସାଗୁ, ମିଶ୍ରି, ଦର୍ପଣ, ନଡିଆ, ସେଓ ଅଧକିଲୋ, ଆମ୍ବ ୧ କିଲୋ, କଦଳି ୬ଟି, ଗୋଟା ସପୁରୀ ଭଳି ଫଳ । ସେହିପରି ଖଜରା, ବିନ୍ଦି ଓ ସାବିତ୍ରୀ ପୂଜା ବହି ମଧ୍ୟ ଯୋଗାଇ ଦେଉଛି ଏହି ଅନଲାଇନ ସପିଂ ସାଇଟ୍ ।