ମହଙ୍ଗା ପଡିଲା ମୋବାଇଲ୍ ଖେଳ ! ମୋବାଇଲ୍ ଫାଟି ବାଳକ ଗୁରୁତର ।

ମହଙ୍ଗା ପଡିଲା ମୋବାଇଲ୍ ଖେଳ ! ମୋବାଇଲ୍ ଫାଟି ବାଳକ ଗୁରୁତର ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅଡାକସା ଗ୍ରାମରେ ମୋବାଇଲରେ ଖେଳିବା ଜଣେ ବାଳକକୁ ମହଙ୍ଗା ପଡ଼ିଛି। ମୋବାଇଲରେ ଖେଳୁଥିବା ସମୟରେ ହଠାତ୍ ମୋବାଇଲରେ ଥିବା ବ୍ୟାଟେରି ଫାଟି ଯାଇଥିଲା। ଫଳରେ ଏଥିରେ ଜୟରାମ ଘୁସୁରିଙ୍କ ପୁଅ ହେମନ୍ତ ଘୁସୁରି ନାମକ ବାଳକ ଆହତ ହୋଇଥିଲା। ଆହତଙ୍କୁ ସଙ୍ଗେସଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

publive-image

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ହେମନ୍ତ ମୋବଇଲ ବ୍ୟାଟେରିରେ ଖେଳୁଥିଲା। ଏହି ସମୟରେ ବ୍ୟାଟେରିରୁ ଧୂଆଁ ବାହାରିଥିଲା। ହେମନ୍ତ କିଛି ବୁଝିବା ପୂର୍ବରୁ ହଠାତ ମୋବାଇଲରେ ଥିବା ବ୍ୟାଟେରିଟି ଫାଟି ଯାଇଥିଲା। ଏଥିରେ ହେମନ୍ତର ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ବି ହୋଇଥିଲା। ଚିକିତ୍ସା ପରେ ହେମନ୍ତ ଅବସ୍ଥା ସ୍ଥିର ଅଛି ବୋଲି ତାକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe