ବାଂଲାଦେଶରେ ଥମୁନି ସାମ୍ପଦାୟିକ ହିଂସା : ବିଭିନ୍ନ ହିନ୍ଦୁ ଧର୍ମୀୟ ଅନୁଷ୍ଠାନ ଉପରେ ଆକ୍ରମଣ ପରେ ଘର ପୋଡ଼ିଦେଲେ ଦଙ୍ଗାକାରୀ

ଜାଣିଶୁଣି ହିନ୍ଦୁଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ

100

କନକ ବ୍ୟୁରୋ : ପଡୋଶୀ ବାଂଲାଦେଶରେ ଚାଲିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ବଢିବାରେ ଲାଗିଛି । ଗତ ଶୁକ୍ରବାର ଠାରୁ ବାଙ୍ଗଲାଦେଶରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି । ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଛି । ଏପରି ସ୍ଥଳେ ଗତକାଲି ରାତିରେ ବାଙ୍ଗଲାଦେଶର ରଙ୍ଗପୁର ଜିଲ୍ଲାର ରାମନାଥପୁର, ମାଝିପାଲ୍ଲୀ ଅଂଚଳରେ ଦଙ୍ଗାକାରୀମାନେ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିିଛି । ପାଖାପାଖି ୧୦୦ ରୁ ଅଧିକ ଘରେ ନିଆର୍ ଲଗାଯାଇଥିବା ବେଳେ ବହୁ ଘର ଜଳି ପୋଡି ପାଉଁଶ ହୋଇଯାଇଛି ।

ଶୁକ୍ରବାର ଦଙ୍ଗାକାରୀମାନେ ବାଙ୍ଗଲାଦେଶ ନୋଖାଲି ଜିଲ୍ଲାରେ ଦୁର୍ଗା ପୂଜା ଚାଲିଥିବା ବେଳେ ଲୋକଙ୍କୁ ଉପରେ ଆକ୍ରମଣ କରାଯାଇଥିଲା । ପ୍ରାୟ ୨୦୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ଦୁର୍ଗାପୂଜା ମଣ୍ଡପ ଉପରେ ଆକ୍ରମଣ କରି ତୁମୁଳକାଣ୍ଡ ଘଟାଇଥିଲେ । ଦୁର୍ଗାପୂଜା ମଣ୍ଡପରେ ଆକ୍ରମଣ ଘଟଣାରେ ଜଣେ ଇସ୍କନ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିନ୍ଦୁ ମନ୍ଦିର ଓ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜା କରିଥିବା ଦୁର୍ବୃତ୍ତଙ୍କୁ ଠାବ କରି କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦଙ୍ଗାକାରୀଙ୍କ କାର୍ଯ୍ୟକଳାପ କମିନଥିବା ଦେଖିବାକୁ ମିଳିଛି ।