କନକ ବ୍ୟୁରୋ : ଗୁଜରାଟ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହି ଛାତ୍ରମାନେ ଅଭିଯୋଗ କରିଛନ୍ତି କି ରାତିରେ କିଛି ଗେରୁଆ ପୋଷାକ ପିନ୍ଧା ଲୋକ ହଷ୍ଟେଲରେ ପ୍ରବେଶ କରିଥିଲେ । ସେମାନେ ଧାର୍ମିକ ନାରା ଲଗାଇବା ସହ ହଷ୍ଟେଲ ଉପରକୁ ପଥରମାଡ କରିଥିଲେ । ଏହି ସମୟରେ କିଛି ବିଦେଶୀ ଛାତ୍ର ସେଠାରେ ନମାଜ ପଢୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାର ସୂଚନା ମିଳିବା ପରେ ତୁରନ୍ତ ପୋଲିସ ସେଠାରେ ପହଂଚି ଯାଂଚ ଆରମ୍ଭ କରିଛି । ଏନେଇ ଗୁଜରାଟ ଗୃହ ରାଜ୍ୟମନ୍ତ୍ରୀ ହର୍ଷ ସଂଘବୀ ଜରୁରୀ ବୈଠକ ଡାକିଛନ୍ତି । ଏହାସହ ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ ଗୁଜରାଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଆଫଗାନିସ୍ତାନ, ବାଂଲାଦେଶ, ଉଜବେକିସ୍ତାନ ଓ ସରିଆ ଏବଂ ଆଫ୍ରିକାର କିଛି ଛାତ୍ର ରହି ପାଠ ପଢୁଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି, ରମଜାନ ଅବସରରେ ସେମାନେ ରାତିରେ ନିଜନିଜ କୋଠରୀରେ ନମାଜ ପଢୁଥିଲେ । ହେଲେ ହଷ୍ଟେଲର ଅନ୍ୟ କୋଠରୀରେ ରହୁଥିବା କିଛି ଛାତ୍ର ଏହାକୁ ବିରୋଧ କରିଥିଲେ । ହେଲେ ଏମାନେ ନ ଶୁଣିବାରୁ ସେମାନେ ବାହାରୁ କିଛି ଲୋକଙ୍କୁ ଡାକି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।
#WATCH | After unidentified assailants attacked foreign students at the Gujarat University, Ahmedabad Commissioner of Police GS Malik says, "Around 300 foreign students study in Gujarat University and around 75 foreign students stay in A Block (Hostel). Yesterday, at around 10:30… pic.twitter.com/5johBs5d2F
— ANI (@ANI) March 17, 2024
ଏହି ଅସାମାଜିକ ବ୍ୟକ୍ତିମାନେ ବିଦେଶୀ ଛାତ୍ରଙ୍କ ଲାପଟପ୍, ଫୋନ ଓ ଗାଡି ଭାଙ୍ଗିଦେଇଥିବା କଥା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏଆଇଏମଆଇଏମ ନେତା ଓୱେସୀ ଗୁଜରାଟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।