କନକ ବ୍ୟୁରୋ: କର୍ଣ୍ଣାଟକ ବିଦାର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଦଶହରା ଦିନ କିଛି ଉତ୍ତ୍ୟକ୍ତ ଜନତା ଏଠାରେ ଥିବା ମହମୁଦ ଗେୱାନ ମଦ୍ରାସାରେ ପଶି ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଦେଖାଦେଇଛି । ମଦ୍ରାସାରେ ପଶିଥିବା ଲୋକାଙ୍କୁ ତୁରନ୍ତ ଗିରଫ କରିବାକୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ପକ୍ଷରୁ ଦାବି ହୋଇଛି । ନଚେତ୍ ବିକ୍ଷୋଭ କରିବାକୁ ଚେତାବନୀ ଦିଆଯାଇଛି ।

Advertisment

ଏହି ଘଟଣାରେ ୯ଜଣ ଲୋକଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।ହେଲେ ଏଯାଏଁ କାହାରିକୁ ଗିରଫ କରାଯାଇନାହିଁ । ବୁଧବାର ସନ୍ଧ୍ୟା ବେଳେ ଉତ୍ତ୍ୟକ୍ତ ଜନତା ମଦ୍ରାସାର ତାଲା ଭାଙ୍ଗିଥିବା କଥା ପୁଲିସ କହିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂଜାର୍ଚ୍ଚନା କରିବା ଆଗରୁ ମଦ୍ରାସାର ପାହାଚରେ ଠିଆ ହୋଇ ଲୋକେ ‘ଜୟ ଶ୍ରୀରାମ’ ‘ଭାରତ ମାତା କୀ ଜୟ’ ଓ ‘ହିନ୍ଦୁ ଧରମ୍‌ ଜୟ’ ସ୍ଲୋଗାନ୍‌ ଦେଉଥିବା ଦେଖିବାକୁ ମିଳିଛି।