ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ଯୋଡି ହେଲେଣି ୩୬ ଜଣ

156

କନକ ବ୍ୟୁରୋ: ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଯୋଡି ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ ।
ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଚୁକ ବ୍ୟକ୍ତି ବି ୧୦୦ ଟି ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀଙ୍କ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ । ମୋ ସ୍କୁଲ ଅଭିଯାନର ସପ୍ତମ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି । ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ ମୋ ସ୍କୁଲ ଅଭିଯାନ । ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ।