ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୁ ହେଲା ଶୁଭାରମ୍ଭ
ଦଳର ସମସ୍ତ କର୍ମୀ ଓ ନେତା ନିଜ ଘରେ ଲଗାଇବେ ବିଜେପି ପତକା
କନକ ବ୍ୟୁରୋ: ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଦଳର ସମସ୍ତେ କର୍ମୀ ଓ ନେତା ନିଜ ଘରେ ବିଜେପି ପତକା ଲଗାଇବେ । ଏନେଇ ବିଜେପି ସୋସିଆଲ ମିଡିଆରେ ବି କ୍ୟାମ୍ପେନିଂ ଆରମ୍ଭ ହୋଇଛି । ଦଳର କର୍ମୀ ନିଜ ଘରେ ପତାକା ଲଗାଇ ଏହାକୁ ଟୁଇଟରରେ ଅପଲୋଡ କରିପାରିବେ । ମୋ ଘର ବିଜେପି ପରିବାର କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି କୁହାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ସ୍ଥିତ ନିଜ ଭାସଭବନରେ ବିଜେପି ପତକା ଲଗାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ୧୨ ତାରିଖରୁ ଦେଶରେ ଏକ ଅଭିଯାନ ଦଳର ରାଷ୍ଟ୍ରୀୟ ସଭାପତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ୨୦୧୯ରେ ଆଉ ଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଜିତାଇବା ପାଇଁ ‘ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର’ ଅଭିଯାନ ଆରମ୍ଭ କରାଯାଉଛି । ଓଡିଶାର ପ୍ରତି କାର୍ଯ୍ୟକର୍ତ୍ତାଙ୍କ ଘରେ ପ୍ରତି ଶୁଭେଚ୍ଛୁଙ୍କ ଘରେ , ପ୍ରତି ସମର୍ଥକ ଏବଂ ପ୍ରତି ଲାଭାର୍ଥୀଙ୍କ ଘରେ ମାସ ବ୍ୟାପି ଅଭିଯାନ କରି ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବାର ସଂଙ୍କଳ୍ପ ନେଇ ରାଜ୍ୟର ପ୍ରତି ବିଜେପି କାର୍ୟ୍ୟକର୍ତା, ଶୁଭେଚ୍ଛୁ ଏବଂ ଲାଭାର୍ଥୀଙ୍କ ଘରେ ବିଜେପି ପତକା ଓ ଷ୍ଟିକର ଲଗାଇବାର କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଗତ ୫ ବର୍ଷ ଭିତରେ ଭାରତୀୟ ଜନତା ପାର୍ଟି ତଥା ଏନଡିଏ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜନକଲ୍ୟାଣକାରୀ ଯୋଜନା ଲାଭାର୍ଥୀ ବନ୍ଧୁମାନେ ଆଜି ଦେଶରେ ପାଖାପାଖି ଦେଢ କୋଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥି ଅଛନ୍ତି । ଓଡିଶାରେ ତାର ସଂଖ୍ୟା ପାଖାପାଖି ୧୦ ଲକ୍ଷ । ସେହିପରି ଭାରତ ବର୍ଷରେ ପାଖାପାଖି ୧୦ କୋଟି ଘରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଶୌଚାଳନ ବନିଛି । ସବୁ ଗାଁକୁ ବିଜୁଳୀ ସଂଯୋଗ ପହଂଚିପାରିଛି । ଓଡିଶାରେ ତାର ସଂଖ୍ୟା ୪୦ ଲକ୍ଷରେ ପହଂଚିଛି ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶରେ ୬ କୋଟି ମହିଳାଙ୍କ ଘରେ ମାଗଣାରେ ଗ୍ୟାସ୍ ଲାଗିଛି । ଓଡିଶାରେ ଏହି ସଂଖ୍ୟା ୩୭ ଲକ୍ଷରେ ପହଂଚିଛି । ସେହିଭଳି ପ୍ରଧାନମନ୍ତ୍ରୀ ସୁକନ୍ୟା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମଧ୍ୟ ଏ ସରକାରରେ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ନୂଆ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଓ ପ୍ରଧାନମନ୍ତ୍ରୀ ଶ୍ରୋମଯୋଗୀ ଯୋଜନାରେ ଶ୍ରମିକଙ୍କୁ ୬୦ ବର୍ଷ ପରେ ୩ ହଜାର ଟଙ୍କାର ଯୋଜନା ପେନସନ ଯୋଜନାମାନ ହୋଇଛି । ଓଡିଶାରେ ଆରମ୍ଭ ହୋଇଥିବା ଏହି ମାସେ ବ୍ୟାପି ଅଭିଯାନକୁ ଜାରି ରଖିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି