ଶ୍ରୀଲଙ୍କାରୁ ଆଣିଲା ‘ମୋ ପରିବାର’ । ଦାଦନ ଖଟିବାକୁ ଯାଇ ଶ୍ରୀଲଙ୍କାରେ ଫସିଥିବା ବାଣପୁରର ୧୧ ଶ୍ରମିକଙ୍କୁ ଓଡିଶା ଫେରାଇବାରେ ମାଧ୍ୟମ ସାଜିଥିଲା ମୋ ପରିବାର…

ଓଡିଶା ଫେରିଛନ୍ତି ଶ୍ରୀଲଙ୍କାରେ ଫସିଥିବା ଓଡିଆ ଶ୍ରମିକ

271

କନକ ବ୍ୟୁରୋ: ଓଡିଶା ଫେରିଛନ୍ତି ଶ୍ରୀଲଙ୍କାରେ ଫସିଥିବା ଓଡିଆ ଶ୍ରମିକ । ରାଜ୍ୟ ସରକାରଙ୍କ ସହାୟତାରେ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି ସିଂହଳରେ ନିର୍ଯାତିତ ହେଉଥିବା ୧୧ ଜଣ ଦାଦନ ଶ୍ରମିକ । ତେବେ ଦାଦନ ଖଟିବାକୁ ଯାଇ ଦଲାଲ ହାତରେ ବିକି ହେବାପରେ ଶ୍ରୀଲଙ୍କାରେ ସମସ୍ତେ ନିର୍ଯାତନାର ଶିକାର ହୋଇଥିଲେ । ତେବେ ବାଣପୁର ସମସ୍ତ ଶ୍ରମିକ ନିର୍ଯାତନାର ନେହୁରା ଭିଡିଓ ଛାଡିଥିଲେ । ଯାହାକୁ ପ୍ରଥମେ ପ୍ରସାରଣ କରିଥିଲା କନକ ନ୍ୟୁଜ । ଆଉ ଖବର ବାଜିବା ପରେ ବିଦେଶରେ ଫସିଥିବା ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଚାଲିଥିଲା ଉଦ୍ୟମ ।

ତେବେ ସବୁଠାରୁ ବଡ କଥା ହେଉଛି ଶ୍ରମିକଙ୍କ ଫରିବା ପଛରେ ରହିଛି ରାଜ୍ୟ ସରକାରଙ୍କ ମୋ ପରିବାରର ବଡ ଭୂମିକା । ମୋ ପରିବାରର ମଧ୍ୟସ୍ଥତା ପାଇଁ ହିଁ ବାଣପୁରର ୧୧ ଶ୍ରମିକ ସ୍ୱଦେଶ ଫେରିପାରିଛନ୍ତି । ତେବେ ୭ ଜାନୁୟାରୀ ୨୦୨୦ରେ ଯେତେବେଳେ କନକ ନ୍ୟୁଜରେ ଶ୍ରମିକ ନିର୍ଯାତନାର ଖବର ପ୍ରସାରଣ ହେଲା ତାପରେ ଜଣେ ବିଜେଡି କର୍ମୀ ଶ୍ରମିକଙ୍କ ସମସ୍ତ ତଥ୍ୟ ନେଇ ମୋ ପରିବାର ଅଫିସରେ ପହଞ୍ଚିଥିଲେ । ଆଉ ସଙ୍ଗେସଙ୍ଗେ ଫସିଥିବା ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବାକୁ ସବୁ ଉଦ୍ୟମ କଲେ ରାଜ୍ୟ ସରକାର ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ମୋ ପରିବାର ସଦସ୍ୟ ଯୋଗାଯୋଗ କରି ଶେଷରେ ସମସ୍ତଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିଛନ୍ତି । ତେବେ ପୂର୍ବରୁ ୪ ଜଣ ଫେରିଥିବା ବେଳେ ଏବେ ଆଉ ୭ ଜଣ ଫେରିଛନ୍ତି ।

ଘରକୁ ଫେରିବା ପରେ ସମସ୍ତ ଶ୍ରମିକ କନକ ନୁଜ୍ର ଉଦ୍ୟମକୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।