ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର : କାମରେ ଆସୁନି ମୋ ସାଇକେଲ, ରାସ୍ତା କଡରେ ପଡି ରହି ଉଜୁଡି ଗଲାଣି ଅନେକ; ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା

ବିଏମସି କମିଶନରଙ୍କ ପ୍ରତିକ୍ରିୟା , ମାସକ ମଧ୍ୟରେ ସମସ୍ୟାର ହେବ ସମାଧାନ

237

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ହୋଇପଡିଛି ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକଲ୍ ସେବା । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଇଗଲାଣି ବହୁ ସଂଖ୍ୟକ ସାଇକେଲ । ଏପଟେ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି । ତେବେ ବିଏମସି କମିସନର କହିଛନ୍ତି, ଯାହା ସମସ୍ୟା ରହିଛି, ମାସକ ମଧ୍ୟରେ ତା’ର ସମାଧାନ କରାଯିବ ।

କେଉଁ ସାଇକେଲ, ଭଙ୍ଗା ଅବସ୍ଥାରେ ପଡିରହିଛି, କାହା ଉପରେ ବହଳ ମୋଟାର ଧୂଳି ଜମିଛି, ଆଉ କାହାର ସିଟ୍ କଣା ହେଇଗଲାଣି । ଅନେକ ସାଇକେଲରେ ଲକ୍ ସ୍କାନର ମଧ୍ୟ କାମ କାମ କରୁନାହିଁ । ୨୦୧୮ରେ ରାଜଧାନୀରେ ବଡ଼ ଧୁମଧାମରେ ଆରମ୍ଭ ହୋଇଥିଲା ମୋ ସାଇକଲ ସେବା । କିନ୍ତୁ ରକ୍ଷଣାବେକ୍ଷଣାର ଅଭାବ ହେତୁ ସାଇକେଲଗୁଡିକ ନଷ୍ଟ ହେବାକୁ ବସିଲାଣି । ଏବେ ମୋ ସାଇକଲ ବ୍ୟହହାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି ।

ମୋ ସାଇକଲ ପାଇଁ ରହିଛି ସ୍ୱତନ୍ତ୍ର ସାଇକେଲିଂ ଟ୍ରାକ । ହେଲେ ଏବେ ଏହି ଟ୍ରାକ୍ରେ ପାଲଟିଛି ପାର୍କିଂ ସ୍ଥଳ । ତେବେ ବିଏମସି କମିସନର କହିଛନ୍ତି, ମୋ ସାଇକଲ ସେବାରେ ଯେଉଁ ସମସ୍ୟା ରହିଛି, ମାସକ ମଧ୍ୟରେ ତାର ସମାଧାନ କରାଯିବ । ଏବେ ମୋ ସାଇକଲ ପାଇଁ ୩ଟି ଆପ୍ ବ୍ୟବହାର ହେଉଛି, ଆଗକୁ ଗୋଟିଏ ଆପ୍ କରାଯିବ । ଏବେ ଦେଖିବାକୁ ବାକି ରହିଲା, କେବେ ସମସ୍ୟାର ସମାଧାନ ହେଉଛି, କେବେ ମୋ ସାଇକେଲ ସେବାରେ ସୁଧାର ଆସୁଛି ।