ରାଜଧାନୀରେ ଆଜିଠୁ ଗଡ଼ିବ ଅତ୍ୟାଧୁନିକ ସୁବିଧାଯୁକ୍ତ ବାଇସାଇକେଲ୍ ! ଅଧ ଘଂଟାକୁ ୫ ଟଙ୍କା ଭଡାରେ ମିଳିବ ସ୍ମାର୍ଟ ସାଇକେଲ

ଜିପିଏସ ସହ ଟ୍ରାକିଂ ବ୍ୟବସ୍ଥା ବି ରହିବ

324

କନକ ବ୍ୟୁରୋ: ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଏବଂ ପ୍ରଦୂଷଣ ମୁକ୍ତ ସହର କରିବା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ରାଜଧାନୀରେ ପବ୍ଲିକ ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି  । ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ୍ ଗଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ୍’ ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ସାଇକେଲ୍ ଜିପିଏସ୍ ବ୍ୟବସ୍ଥାରେ ଚାଲିବାକୁ ଥିବା ବେଳେ ଅନ୍ଲାଇନରେ ବୁକିଂ ବ୍ୟବସ୍ଥା ବି ରହିଛି। ଗଡ଼ିବାକୁ ଥିବା ୨୦୦୦ ସାଇକେଲ୍ରୁ ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବା ବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍ ଯୋଗାଇଛନ୍ତି।

ଜାଣନ୍ତୁ କଣ ରହିଛି ଏହାର ବୈଶିଷ୍ଟ୍ୟ

ଏହି ସାଇକେଲରେ ମୋବାଇଲରେ ବ୍ୟବହାର ଭଳି ଏକ ସିମ କାର୍ଡ ରହିବ। ଯାହା ମାଧ୍ୟମରେ ଇଣ୍ଟରନେଟ କନେକ୍ସନ କରିହେବ। ଜିପିଆରଏସ୍ ଓ ଜିପିଏସ୍ ସଂଯୋଗୀକୃତ ଆପ୍ ମାଧ୍ୟମରେ ଏହା ସାଇକେଲର ଗତିବିଧିକୁ ସହଜରେ ଠାବ କରିହେବ। ପ୍ରତ୍ୟକ ସାଇକେଲରେ ଏକ ୟ୍ୟୁନିକ କୋଡ଼ ନମ୍ବର ରହିବ। ବ୍ଲ୍ୟୁଟୁଥ ସୁବିଧା ଫଳରେ ଯାତ୍ରୀଙ୍କୁ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ସୂଚନା ତୁରନ୍ତ ମିଳିଯାଏ । ସବୁଠାରୁ ବଡ କଥା ଏହାକୁ ଚଲାଇବାର ସୁଯୋଗ ପଥଚାରୀଙ୍କୁ ସୁଲଭ ମୂଲ୍ୟରେ ମିଳିବ। ଏହି ସାଇକେଲକୁ ବ୍ୟବହାର କରିବା ପାଇଁ ୩୦ ମିନିଟକୁ ମାତ୍ର ୫ଟଙ୍କା ଦେୟ ଦେବାକୁ ପଡିବ।

ସୂଚନା ଯୋଗ୍ୟ ଯେ, ପ୍ରତି ବସ ଷ୍ଟପେଜରେ ମିଳିବ ଏହି ସୁବିଧା। ଏହାର ସ୍ପୋର୍ଟି ଲୁକ ସହ ଆପଣ ପାଇବେ ଅତ୍ୟାଧୁନିକ ବ୍ୟବସ୍ଥା। ଏହା ଆପଣଙ୍କୁ ସାଇକେଲ ଚଲାଇବାର ନୂଆ ଏକ ଅନୁଭବ ପ୍ରଦାନ କରିବା । ପରିବେଶ ଅନୂକୁଳ, ଅତ୍ୟାଧୁନିକ ଜ୍ଞାନ କୌଶଳ, ବ୍ୟବହାରସହଜସାଧ୍ୟ, ସୁଲଭ ମୂଲ୍ୟ ଭଳି ଏହାର ସ୍ୱତନ୍ତ୍ରତା ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସାଇକେଲକୁ ବ୍ୟବହାର କରିବା ପାଇଁ ମାସିକିଆ ସ୍ୱାକ୍ଷର କର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବାର ଯୋଜନା ରହିଛି। ରଜଧାନୀରେ ପ୍ରତି ବସ ରହଣି ସ୍ଥଳରେ ରହିବ ୨୦ ଟି ଲେଖାଏଁ ସାଇକେଲ। ଏହାସହ ରାଜଧାନୀର ୫୦ଟି ବସ ଷ୍ଟପ୍ ରେ ଏହି ସୁବିଧା ଉପଲବ୍ଧ ହେବ।