ମୋ ସାଇକେଲ ସେବାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ରାଜଧାନୀରେ ‘ମୋ ସାଇକେଲ’ ସେବା ଆରମ୍ଭ

ଅଧ ଘଂଟାକୁ ୫ଟଙ୍କା ଭଡାରେ ମିଳିବ ସ୍ମାର୍ଟ ସାଇକେଲ । ଜିପିଏସ ସହ ଟ୍ରାକିଂ ବ୍ୟବସ୍ଥା ବି ରହିବ

356

କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହେଲା ସାମୂହିକ ସାଇକେଲ ବ୍ୟବସ୍ଥାର ପ୍ରଚଳନ । ମୋ ସାଇକେଲ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ସ୍ମାର୍ଟସିଟି ମିଶନ ଅଧିନରେ ସାଇକେଲ ସେୟାରିଂ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସାଇକେଲ ଚଲାଇବା ପ୍ରତି ଆକର୍ଷଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ  ପ୍ରଥମ କିଛ ିଦିନ ବିନା ମୂଲ୍ୟରେ ସାଇକେଲ ଉପଲବ୍ଧ ହେବ ।  ସାଇକେଲ ବୁକିଂ ଓ ଦେୟ ପାଇଁ ମୋବାଇଲ ଆପ୍ ଉନ୍ମୋଚିତ ହେବ ।  ପଞ୍ଜିକୃତ ହୋଇଥିବା ଗ୍ରାହକଙ୍କୁ ସଦସ୍ୟତା କରାଯିବ । ଏହାଦ୍ୱାରା ସେମାନେ ପ୍ରଥମ ଅଧଘଂଟା ମାଗଣାରେ ସାଇକେଲ ଚଲାଇବାକୁ ପାଇବେ ।  ସେହଭଳି ଯେଉଁମାନେ ସଦସ୍ୟ ହୋଇନଥିବେ ସେମାନେ ଘଂଟାପ୍ରତି ଅର୍ଥ ଦେବାକୁ ପଡିବ । ଏଥିପାଇଁ  ବିଭିନ୍ନ କମ୍ପାନୀ ପକ୍ଷରୁ ସରକାରଙ୍କୁ ସାଇକେଲ ଯୋଗାଇ ଦିଆଯାଇଛି ।

 

ମୋ ସାଇକେଲର ବ୍ୟବସ୍ଥା ଓ ବିଶେଷତ୍ୱ କ’ଣ ରହିଛି ? : 

• ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଗଡ଼ିବ ୨ହଜାର ସାଇକେଲ

• ଜିପିଏସ୍ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ ଏହି ସାଇକେଲ

• ମୋବାଇଲ ଆପ୍ ଦ୍ୱାରା ଜାଣି ହେବ ସାଇକେଲର ଗତିବିଧି

• ଅନଲାଇନରେ ବି ଆପଣ ସାଇକେଲ ପାଇଁ ବୁକିଂ କରିପାରିବେ

• ଛୋଟ ପିଲା, ମହିଳା ଚଳାଇଲା ଭଳି ନିର୍ମାଣ ହୋଇଛି ସାଇକେଲ

• ଶାଢ଼ୀ ପିନ୍ଧି ମହିଳାମାନେ ବି ଚଳାଇ ପାରିବେ ଏହି ସାଇକେଲ

• ଆବଶ୍ୟକତା ଅନୁସାରେ ସିଟକୁ ତଳ ଉପର କରିହେବ

• ୨ କିଲୋମିଟର ବ୍ୟବଧାନରେ ରହିବ ସାଇକେଲ ଷ୍ଟେସନ୍

• ସାଇକେଲ ପାଇଁ ମେମ୍ବରସିପ୍ ନେଲେ ଅଧଘଂଟା ମାଗଣା