କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହେଲା ସାମୂହିକ ସାଇକେଲ ବ୍ୟବସ୍ଥାର ପ୍ରଚଳନ । ମୋ ସାଇକେଲ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟସିଟି ମିଶନ ଅଧିନରେ ସାଇକେଲ ସେୟାରିଂ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସାଇକେଲ ଚଲାଇବା ପ୍ରତି ଆକର୍ଷଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଥମ କିଛ ିଦିନ ବିନା ମୂଲ୍ୟରେ ସାଇକେଲ ଉପଲବ୍ଧ ହେବ । ସାଇକେଲ ବୁକିଂ ଓ ଦେୟ ପାଇଁ ମୋବାଇଲ ଆପ୍ ଉନ୍ମୋଚିତ ହେବ । ପଞ୍ଜିକୃତ ହୋଇଥିବା ଗ୍ରାହକଙ୍କୁ ସଦସ୍ୟତା କରାଯିବ । ଏହାଦ୍ୱାରା ସେମାନେ ପ୍ରଥମ ଅଧଘଂଟା ମାଗଣାରେ ସାଇକେଲ ଚଲାଇବାକୁ ପାଇବେ । ସେହଭଳି ଯେଉଁମାନେ ସଦସ୍ୟ ହୋଇନଥିବେ ସେମାନେ ଘଂଟାପ୍ରତି ଅର୍ଥ ଦେବାକୁ ପଡିବ । ଏଥିପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ସରକାରଙ୍କୁ ସାଇକେଲ ଯୋଗାଇ ଦିଆଯାଇଛି ।
ମୋ ସାଇକେଲର ବ୍ୟବସ୍ଥା ଓ ବିଶେଷତ୍ୱ କ’ଣ ରହିଛି ? :
• ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଗଡ଼ିବ ୨ହଜାର ସାଇକେଲ
• ଜିପିଏସ୍ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ ଏହି ସାଇକେଲ
• ମୋବାଇଲ ଆପ୍ ଦ୍ୱାରା ଜାଣି ହେବ ସାଇକେଲର ଗତିବିଧି
• ଅନଲାଇନରେ ବି ଆପଣ ସାଇକେଲ ପାଇଁ ବୁକିଂ କରିପାରିବେ
• ଛୋଟ ପିଲା, ମହିଳା ଚଳାଇଲା ଭଳି ନିର୍ମାଣ ହୋଇଛି ସାଇକେଲ
• ଶାଢ଼ୀ ପିନ୍ଧି ମହିଳାମାନେ ବି ଚଳାଇ ପାରିବେ ଏହି ସାଇକେଲ
• ଆବଶ୍ୟକତା ଅନୁସାରେ ସିଟକୁ ତଳ ଉପର କରିହେବ
• ୨ କିଲୋମିଟର ବ୍ୟବଧାନରେ ରହିବ ସାଇକେଲ ଷ୍ଟେସନ୍
• ସାଇକେଲ ପାଇଁ ମେମ୍ବରସିପ୍ ନେଲେ ଅଧଘଂଟା ମାଗଣା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/vlcsnap-2018-11-26-12h26m31s884-300x240.png)
/kanak/media/post_attachments/wp-content/uploads/2018/11/vlcsnap-2018-11-26-10h01m08s221-768x563-1-300x220.png)