କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ । ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ । ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି । ରାତି ୮ଟା ପରେ ଆଉ ମୋ ବସ୍ ସେବା ଉପଲବ୍ଧ ହେବ ନାହିଁ । ଏଥିପାଇଁ ସମସ୍ତ ରୁଟ୍ରେ ବସ୍ ଛାଡ଼ିବା ଓ ପହଞ୍ଚିବା ସମୟ ପରିବର୍ତ୍ତନ କରାଯାଇଛି । ମୋ ବସ୍ ଆପ୍ ଜରିଆରେ ଯାତ୍ରୀ ଏହି ପରିବର୍ତ୍ତିତ ସମୟ ସମ୍ବନ୍ଧରେ ଜାଣିପାରିବେ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି । ବିଶେଷକରି ଯେଉଁ ବସ୍ଗୁଡ଼ିକ ରାତି ୮ଟା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚୁଥିଲା, ସେହି ବସ୍ଗୁଡ଼ିକ ହିଁ ପ୍ରଭାବିତ ହୋଇଛି । ଯେଉଁଗୁଡ଼ିକ ବିଳମ୍ବରେ ଛାଡ଼ୁଥିଲା, ସେଗୁଡ଼ିକ ସଅଳ ଛାଡ଼ୁଛି ।
ଆଜିଠାରୁ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ : ରାତି ୮ଟା ପରେ ମିଳିବନି ‘ମୋ ବସ୍’ ସେବା
/kanak/media/post_attachments/wp-content/uploads/2021/10/Mo-Bus-feature.jpg)