କନକ ବ୍ୟୁରୋ: ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଗଡ଼ିବନି ‘ମୋ ବସ୍’। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ହୋଇଛି। ତାହାକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ‘ମୋ ବସ୍’ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିମାନବନ୍ଦର ଓ ରେଳ ଷ୍ଟେସନକୁ ରାଜ୍ୟ ତଥା ଦେଶ ବାହାରୁ ଆସି ପହଞ୍ଚୁଥିବା ଯାତ୍ରୀଙ୍କୁ ସେବା ଯୋଗାଇଦେବା ପାଇଁ ସଟଲ୍ ସେବାର ବ୍ୟବସ୍ଥା ହୋଇଛି।
ଲକଡାଉନ୍ ବେଳେ ବନ୍ଦ ରହିବ ସିଟି ବସ୍ ସେବା । ଜୁଲାଇ ୩୧ ଯାଏଁ ଭୁବନେଶ୍ୱର ସହରରେ ଗଡିବନି ‘ମୋ ବସ୍’
Advertisment
Follow Us