ଆସନ୍ତା କାଲି ଦିନ ୩ ଟା ଯାଏଁ ବନ୍ଦ ରହିବ ‘ମୋ ବସ୍’ ସେବା । ବସ୍ ବନ୍ଦ ନେଇ ସୂଚନା ଦେଲା କ୍ରୁଟ୍

71

କନକ ବ୍ୟୁରୋ : ଆସନ୍ତା କାଲି ହୋଲି ପାଇଁ ମୋ ବସ୍ ସେବା ଆଂଶିକ ବନ୍ଦ ରହିବ । ମୋ ବସ୍ ସେବା ଯୋଗାଉଥିବା କ୍ରୁଟ୍ ପକ୍ଷରୁ ଏନେଇ ସୂଚନା ଦେଇ କୁହାଯାଇଛି କି ହୋଲି ପର୍ବ ପାଇଁ କାଲି ସକାଳୁ ଦିନ ୩ ଟା ଯାଏଁ ଏହି ସେବା ବନ୍ଦ ରହିବ । ଦିନ ୩ ଟା ପରେ ପୁଣି ପୂର୍ବ ଭଳି ସେବା ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି ।

କହିରଖୁ କି ରାଜ୍ୟସରକାରଙ୍କ ତରଫରୁ ସହରାଞ୍ଚଳରେ ଗମନା ଗମନର ସୁବିଧା ପାଇଁ ମୋ ବସ୍ ସେବା ଯୋଗାଇ ଦିଆଯାଉଛି । ଏହି ବସ୍ ସକାଳ ୬ ଟାରୁ ରାତି ୧୦ ଟା ଯାଏ ଚାଲିଥାଏ । ଅନ୍ୟପଟେ ହୋଲି ପାଇଁ ସମସ୍ତ ସରକାରୀ ଅନୁଷ୍ଟାନ ଛୁଟି ରହୁଥିବାରୁ ମୋ ବସ୍ ସେବା ଯୋଗାଉଥିବା କ୍ରୁଟ୍ ତା’ର କର୍ମଚାରୀଙ୍କୁ ଆଶିଂକ ଛୁଟିଦେବା ଲକ୍ଷରେ ଏହି ସେବାକୁ ଆସନ୍ତାକାଲି ଅର୍ଥାତ ୨୯ ତାରଖ ଦିନ ସକାଳ ୬ ଟାରୁ ଦିନ ୩ ଟା ଯାଏଁ ବନ୍ଦ ରଖିବ ବୋଲି ସୂଚନା ଦେଇଛି ।