ଖୋର୍ଦ୍ଧା ପିତାପଲ୍ଲୀରେ ନାଳକୁ ଖସିଲା ମୋ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ । ସମସ୍ତ ଯାତ୍ରୀଙ୍କୁ ହସ୍ପିଟାଲରେ କରାଗଲା ଭର୍ତ୍ତି ।

ଖୋର୍ଦ୍ଧା ପିତାପଲ୍ଲୀରେ ନାଳକୁ ଖସିଲା ମୋ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ । ସମସ୍ତ ଯାତ୍ରୀଙ୍କୁ ହସ୍ପିଟାଲରେ କରାଗଲା ଭର୍ତ୍ତି ।

କନକ ବ୍ୟୁରୋ : ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ନାଳକୁ ଖସିଲା ମୋ ବସ । ନାଳକୁ ଅଚାନକ ବସଟି ଖସିବା କାରଣରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଭାରସାମ୍ୟ ହରାଇ ବସଟି ନାଳକୁ ଖସିପଡିବା କାରଣରୁ ୨୦ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe