ମହିଳା ଦିବସରେ ମହିଳାଙ୍କୁ ମାଗଣା ବସ୍ ସେବା । ‘ମୋ ବସ’ରେ ସୁବିଧା ପାଇପାରିବେ ଯାତ୍ରୀ

କ୍ୟାପିଟାଲ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା

569

କନକ ବ୍ୟୁରୋ: ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗାଇ ଦେବା ନେଇ କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ମହିଳା ମାନେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ମାଗଣାରେ ଯାତ୍ରା କରିପାରିବେ ଏବଂ ମହିଳାଙ୍କଠାରୁ କୌଣସି ଭଡ଼ା ଆଦାୟ କରାଯିବ ନାହିଁ । ତେବେ ଏନେଇ ସଂସ୍ଥାର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର କହିଛନ୍ତି ଯେ- ଆମେ ସବୁ ବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଆସିଛୁ ଏବଂ ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି ।

ଆସନ୍ତାକାଲି ମହିଳା ଦିବସ ଅବସରରେ ମହିଳାଙ୍କୁ ମୋ ବସରେ ମାଗଣା ସୁବିଧା ଘୋଷଣା ପରେ ମହିଳାଙ୍କ ଭିତରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି । ସାଧାରଣ ବର୍ଗର ମହିଳା ମାନେ ମାଗଣା ବସ ଯାତ୍ରାର ଭରପୁର ଫାଇଦା ଉଠାଇବା ପାଇଁ ଯୋଜନା କରୁଛନ୍ତି । ଏପରିକି ଧନୀ ଏବଂ ପ୍ରତିଷ୍ଠିତ ପରିବାରର କିଛି ମହିଳା କାର ଛାଡି ବସରେ ଟ୍ରାଭେଲ୍ କରିବାକୁ ଯୋଜନା କରୁଥିବା ଖବର ଆସିଛି । ପୁରୀ ଭଳି ଦୂର ଜାଗାକୁ ଯିବା ପାଇଁ ମାଗଣା ସୁବିଧା ରହିଥିବାରୁ ଅନେକ ମହିଳା ସାଙ୍ଗସାଥୀଙ୍କ ମେଳରେ ଯିବାକୁ ଯୋଜନା କରୁଛନ୍ତି । ପ୍ରତି ବସ ପରି ମୋ ବସରେ ମଧ୍ୟ ମହିଳା ଯାତ୍ରୀଙ୍କ ପାଇଁ କିଛି ସିଟ୍ ସ୍ୱତନ୍ତ୍ର ଭାବରେ ସଂରକ୍ଷିତ ରହିି କିନ୍ତୁ ଆସନ୍ତାକାଲି ମହିଳାଙ୍କ ଭିଡ ବଢିଲେ ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ମଧ୍ୟ ସେମାନଙ୍କୁ ଛାଡି ଦିଆଯିବ ।

Comments are closed.