କନକ ବ୍ୟୁରୋ: ବନ୍ଧା ହେଲେ ମୋ ବସ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ କରିଛି ପୋଲିସ । ଲୁଟର ଶିକାର ହୋଇଥିବା ୩ଜଣ ଲୋକଙ୍କୁ ପୋଲିସ ଏହି ଟଙ୍କା ଫେରାଇଛି । ଏହି ଗ୍ୟାଙ୍ଗ ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ।
ଯୋଜନା ମୁତାବିକ ପ୍ରଥମେ ଏହି ଲୁଟେରା ମାନେ ବସରେ ଲୋକଙ୍କୁ ଘେରି ଯାଇ ଜାଣିଣୁଣି ଭିଡ ସୃଷ୍ଟି କରନ୍ତି । ସେହି ଭିଡ଼ ଆଳରେ ଲୋକଙ୍କ ଠାରୁ ଲୁଟ୍ କରନ୍ତି । ନିକଟରେ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ପୂର୍ବରୁ ଅନେକ ଥାନାରେ ମାମଲା ମଧ୍ୟ ରହିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଲୁଟେରାଙ୍କୁ ଗିରଫ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/42-7.jpg)