ଅଟୋକୁ ପିଟିଲା ମୋ ବସ୍ । ରାଜମହଲ ଛକରେ ଅଟୋକୁ ପଛରୁ ଧକ୍କା ଦେଲା ।

ଅଟୋକୁ ପିଟିଲା ମୋ ବସ୍ । ରାଜମହଲ ଛକରେ ଅଟୋକୁ ପଛରୁ ଧକ୍କା ଦେଲା ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ମୋ ବସ୍ ପାଇଁ ଦୁର୍ଘଟଣା । ରାଜମହଲ ଛକରେ ଅଟୋକୁ ପଛରୁ ଧକ୍କା ଦେଲା ମୋ ବସ୍ । ଅଟୋ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାବଥିବା ବେଳେ ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି । ଦୁର୍ଘଟଣା ପରେ ବସ୍ କୁ ଧରି କ୍ୟାପିଟାଲ ଥାନାରେ ଜିମା ଦେଇଛନ୍ତି ଲାଇନ୍ ଅଟୋ ଚାଳକ ସଂଘ । ମୋ ବସ୍ ପାଇଁ ରାଜଧାନୀରେ କୌଣସି କଟକଣା ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛି ସଂଘ । ପୂର୍ବରୁ ମଧ୍ୟ ମୋ ବସ୍ ପାଇଁ ଅନେକ ଦୁର୍ଘଟଣା ଘଟିଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe