ଧୁ ଧୁ ହୋଇ ଜଳିଗଲା ମୋ ବସ୍ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର, କଣ୍ଡକ୍ଟର

626

କନକ ବ୍ୟୁରୋ: ଶୁକ୍ରବାର ସକାଳ ସମୟରେ ରାସ୍ତା ଉପରେ ଧୁ ଧୁ ହୋଇ ଜଳିଗଲା ମୋ ବସ୍ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଡ୍ରାଇଭର ଓ କଣ୍ଡକ୍ଟର । ଏଭଳି ଅଘଟଣ ଘଟିଛି କଟକ ସିଡିଏ ସେକ୍ଟର ୯ରେ । ପୁରୀରୁ ଆସି କଟକ ସିଡିଏ ସେକ୍ଟର ୯ରେ ଛିଡା ହୋଇଥିବାବେଳେ ହଠାତ୍ ଜଳି ଉଠିଥିଲା ମୋ ବସ୍ । ତେବେ ଇଞ୍ଜିନ ଅତ୍ୟଧିକ ଗରମ ହୋଇଥିବାରୁ ଇଞ୍ଜିନରୁ ନିଆଁ ବାହାରି ବସରେ ବ୍ୟାପୀଯାଇଥିବା କୁହାଯାଉଛି ।