କନକ ବ୍ୟୁରୋ : ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ୍ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ନିଆଁ ଲାଗିଥିଲା । ଗାଡିରେ ନିଆଁ ଲାଗିବା କ୍ଷଣି ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ତୁରନ୍ତ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ଯାହାଫଳରେ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିଲା । କିନ୍ତୁ ଚାହୁଁ ଚାହୁଁ ବସରେ ନିଆଁ ବ୍ୟାପିଥିଲା । ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ଫଳରେ କିଛି ସମୟ ମଧ୍ୟରେ ହିଁ ବସଟି ଜଳି ପୋଡି ଛାରଖାର ହୋଇ ଯାଇଥିଲା ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୋ ବସ୍ ନୂଆ ଥିଲା । କିନ୍ତୁ ହଠାତ୍ କେମିତି ଏଥିରେ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ବ୍ୟାଟେରୀରେ ତ୍ରୁଟି କାରଣରୁ ବସରେ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ଗତ ବିଶ୍ୱକପ ପୂର୍ବରୁ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା ।
Follow Us