ସହରାଞ୍ଚଳ ବସ୍ ସେବାରେ ‘ମୋ ବସ’ ନମ୍ବର ୱାନ। ଲକ୍ଷ୍ନୌରେ ମିଳିଲା ପୁରସ୍କାର, ବର୍ଷକ ମଧ୍ୟରେ ଯାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ମୋ ବସ୍

Advertisment
ସହରାଞ୍ଚଳ ବସ୍ ସେବାରେ ‘ମୋ ବସ’  ନମ୍ବର ୱାନ। ଲକ୍ଷ୍ନୌରେ ମିଳିଲା ପୁରସ୍କାର, ବର୍ଷକ ମଧ୍ୟରେ ଯାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ମୋ ବସ୍

କନକ ବ୍ୟୁରୋ : ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ରବିବାର ‘ମୋ ବସ୍’କୁ ପୁରସ୍କାର ମିଳିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ‘ମୋ ବସ୍’ ସେବାକୁ ଚଳିତ ମାସ ୬ ତାରିଖ ଏକ ବର୍ଷ ପୂରଣ ହୋଇଛି। ଏହି ଏକ ବର୍ଷ ୧୧ ଦିନର ଯାତ୍ରା ମଧ୍ୟରେ ମୋ ବସ ସେବା ଦେଶ ପାଇଁ ଉଦାହରଣ ପାଲଟିଛି। ରାଜ୍ୟ ବାହାର ଅର୍ଥାତ ବିଦେଶରୁ ଯେଉଁମାନେ ଭୁବନେଶ୍ୱର ଆସି ମୋ ବସରେ ଯାତ୍ରା କରୁଛନ୍ତି, ସେମାନେ ବହୁ ପ୍ରଶଂସା କରୁଛନ୍ତି।

publive-image୨୦୧୮ ନଭେମ୍ବର ୬ ତାରିଖରେ ‘ମୋ ବସ୍’ ସେବା ଆରମ୍ଭ ହୋଇଥିଲା। ଉଦଘାଟନୀ ଅବସରରେ ପ୍ରଥମ ‘ମୋ ବସ’ ଭୁବନେଶ୍ୱରରୁ କଟକ ଗଡ଼ିଥିଲା। ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ମୋ ବସ୍ ଯେଜନା ଆଜି ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ଏକ ଲୋକପ୍ରିୟ ବସ ସେବା ବ୍ୟବସ୍ଥା ହୋଇପାରିଛି।

ଯାତ୍ରୀମାନେ କମ ସମୟରେ ଓ ଠିକ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ପାଇ ପାରୁଛନ୍ତି। ମୋ ବସରେ ଥିବା ଡିଜିଟାଲ ବ୍ୟବସ୍ଥା ଓ ସୂଚନା ଯାତ୍ରୀମାନଙ୍କୁ ଅଧିକ ଖୁସି ଯୋଗାଉଛି। ଆପ୍ ମାଧ୍ୟମରେ ବସ ଚଳାଚଳ ସମ୍ପର୍କିତ ସୂଚନା ମଧ୍ୟ ମିଳି ପାରୁଛି। ରାଜ୍ୟ ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଏବେ ପାଖାପାଖି ୨୦୦ ବସ୍ ଚାଲୁଛି। ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe