ସରକାରଙ୍କ ପ୍ରସ୍ତାବିତ ‘ମୋ ଅଟୋ’ ଯୋଜନାକୁ ବିରୋଧ : ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଲେ ଅଟୋ ଚାଳକ

ପ୍ରାୟ ୨ ଲକ୍ଷ ଅଟୋ ଅଚଳ; ମୋ ବସ ଭଳି ଦୈତନଗରୀରେ ମୋ ଅଟୋ ସେବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର

342

କନକ ବ୍ୟୁରୋ : ସରକାରଙ୍କ ପ୍ରସ୍ତାବିତ ‘ମୋ ଅଟୋ’ ଯୋଜନାକୁ ବିରୋଧ । ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଟୋ ଚାଳକ । ଫଳରେ ପ୍ରାୟ ୨ ଲକ୍ଷ ଅଟୋ ଚଳାଚଳ ଆଜି ବନ୍ଦ ରହିଛି । ମୋ ବସ ଭଳି ଦୈତନଗରୀରେ ମୋ ଅଟୋ ସେବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏଭଳି ପ୍ରସ୍ତାବ ଆସିବା ପରେ ଭୟଭୀତ ହୋଇପଡ଼ିଛନ୍ତି ଅଟୋ ଉପରେ ନିର୍ଭର କରି ଚଳୁଥିବା ଲୋକେ ।

ପ୍ରସ୍ତାବିତ ମୋ ଅଟୋ ଯୋଜନାରେ ଇ-ଅଟୋ ଚଳାଚଳ ପାଇଁ ସରକାର ଯୋଜନା କରୁଛନ୍ତି । ଏଭଳି ହେଲେ ସରକାରୀ ଯୋଜନା ସହ ଘରୋଇ ଅଟୋ ଚାଳକ ପ୍ରତିଯୋଗୀତା କରିପାରିବେ ନାହିଁ ବୋଲି ଆଶଙ୍କା କରୁଛନ୍ତି । ତେଣୁ ଆନ୍ଦୋଳନ ଜରିଆରେ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଯେଉଁମାନେ ବନ୍ଦକୁ ନମାନି ରାସ୍ତାକୁ ଓହ୍ଲାଇଛନ୍ତି ହାତରେ ଠେଙ୍ଗା, ବାଡ଼ି ଧରି ସେହି ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଉଛନ୍ତି ।