ଏମଏମଟିସି ପକ୍ଷରୁ ଖବର : ଦେଶରେ ଖାଉଟିଙ୍କୁ ପିଆଜର ପୀଡା କମାଇବାକୁ ସରକାରଙ୍କ ପଦକ୍ଷେପ , ଇଜିପ୍ଟରୁ ଭାରତକୁ ଆସିବ ୬୦୯୦ ଟନ୍ ପିଆଜ ।

ଏମଏମଟିସି ପକ୍ଷରୁ ଖବର : ଦେଶରେ ଖାଉଟିଙ୍କୁ ପିଆଜର ପୀଡା କମାଇବାକୁ ସରକାରଙ୍କ ପଦକ୍ଷେପ , ଇଜିପ୍ଟରୁ ଭାରତକୁ ଆସିବ ୬୦୯୦ ଟନ୍ ପିଆଜ ।

କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ସଚିବ ଅନୁଧ୍ୟାନ କରିଛନ୍ତି । ଏଥିପୂର୍ବରୁ ଗତ ୨୩ ତାରିଖରେ ସଚିବଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖାଯାଇଥିଲା।

publive-image

ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରିକ ଟନ ପିଆଜ ଇଜିପ୍ଟରୁ ଡିସେମ୍ବର ମାସ ପ୍ରଥମ ସପ୍ତାହ ମଧ୍ୟରେ ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦରରେ ପହଁଚିବ। ଏହାଛଡ଼ା ପିଆଜ ପୂର୍ବ-ମୁମ୍ବାଇ ଦର ଅନୁସାରେ କିଲୋପ୍ରତି ୫୨ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲବ୍ଧ କରାଯାଉଛି। ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ। ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି। ବର୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ହସ୍ତଗତ ମୋଟ ପିଆଜ ଚାହିଦା ୨୨୬୫ ମେଟ୍ରିକ ଟନ ରହିଛି, ଏଥିରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କେରଳ ଓ ସିକ୍କିମ ସମେତ ଦିଲ୍ଲୀରେ ଯୋଗାଣ ପାଇଁ ନାଫେଡର ଆବଶ୍ୟକତା ସାମିଲ ରହିଛି। ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କ ପିଆଜ ଚାହିଦା ସମ୍ପର୍କରେ ଯଥାଶୀଘ୍ର ଜଣାଇବା ପାଇଁ ଅନୁରୋଧ କରାଯାଇଛି, ଯାହା ଦ୍ବାରା କେନ୍ଦ୍ର ସରକାର ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe