କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ପ୍ରମୁଖ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିବା ବେଳେ, ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇନଥିଲା। ଅପରପକ୍ଷେ ପରାଜିତ ବିଜେପି ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟଙ୍କଠାରୁ ନେଇ ପରାଜିତ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସରକାରୀ ବୈଠକରେ ଦଳୀୟ ନେତାଙ୍କ ଉପସ୍ଥିତି ନେଇ ଚର୍ଚ୍ଚା ଜୋର୍ଧରିଛି। ଏନେଇ ଖୋଦ୍ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିବା ବେଳେ, ବୈଠକରେ କିଏ ଉପସ୍ଥିତ ରହିବେ , ନରହିବେ ତାହା ଜିଲ୍ଲାପାଳ ସ୍ଥିର କରିଛନ୍ତି ବୋଲି ସଫେଇ ଦେଇଥିଲେ। ଏନେଇ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ପଚାରିବାରୁ କେନ୍ଦ୍ରମନ୍ତ୍ରୀ ଯେଉଁମାନଙ୍କୁ କହିଥିଲେ, ସେମାନଙ୍କୁ ବୈଠକକୁ ଡକାଯାଇଥିଲା ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us