ଷୋଡ଼ଶ ବିଧାନସଭାର ଶେଷ ଦିନରେ ଏକାଠି ଫଟୋ ଉଠାଇଲେ ବିଧାୟକ: ଗୋଟିଏ ଫ୍ରେମରେ ଶାସକ-ବିରୋଧୀ

857

କନକ ବ୍ୟୁରୋ: ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଏହାପରେ ନିର୍ବାଚନ । କିଛି ସଦସ୍ୟ ବିଧାନସଭାକୁ ଫେରିବେ ଏବଂ ଆଉ କିଛି ଫେରିନପାରନ୍ତି । ଏବେ ଏହି ଆଶଙ୍କା ଭିତରେ ବିଧାନସଭା ପରିସରରେ ଆୟୋଜିତ ହୋଇଯାଇଛି ମିଳିତ ଫଟୋସେସନ । ଦଳ, ମତ ଅଲଗା ଥିଲେ ମଧ୍ୟ ଏକାଠି ହୋଇ ସମସ୍ତେ ଫଟୋ ଉଠାଇଛନ୍ତି । ଏହି ସମୟରେ ଅନେକ ନେତା ଭାବ ବିହ୍ୱଳ ହୋଇଛନ୍ତି । ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବିଜେଡିର ଅନେକ ନେତା ସ୍ମୃତିକୁ ମନେ ପକାଇ ବାଷ୍ପରୁଦ୍ଧ ହୋଇଛନ୍ତି ।

ଷୋଡ଼ଶ ବିଧାନସଭାର ଏହି ସ୍ମୃତି, ହୁଏତ ସବୁ ଦିନ ପାଇଁ ସାଇତା ରହିିବ । ଗୃହ ଭିତରର ମତାନ୍ତର-ମନାନ୍ତର ଯୁକ୍ତି-ତର୍କକୁ ପାଶୋରି ଦେଇ, ଏକାଠି ବିତାଇ ସମୟକୁ ସାଉଁଟି ଧରିବା ପାଇଁ ଗୋଟିଏ ଫ୍ରେମରେ ନେତା । ଏଠି, ନା’ ଶାସକ-ବିରୋଧୀ ପ୍ରଭେଦ ଅଛି, ନା’ ଦୀଳୟ ଚିହ୍ନ ଭିତରେ ଭିନ୍ନତା ଅଛି । ବିଦାୟ ବେଳାର ଏହି ମୁହୁର୍ତ ସମସ୍ତଙ୍କୁ ଭାବ ବିହ୍ୱଳ କରି ଦେଇଛି । କିଏ ଜାଣିଛି ଆଗକୁ କ’ଣ ହେବ । ଆଗାମୀ ବିଧାନସଭାରେ କିଏ ବିଧାନସାଭାକୁ ଫେରିଥିବେ, ଆଉ ଫେରି ପାରିନଥିବେ । ଏମିତିରେ ପରିଣତ ବୟସରେ ନିର୍ବାଚନ ଲଢ଼ିବା ଆଉ ସମ୍ଭବ ହେବ ନା’ ନାହିଁ ତାକୁ ନେଇ ବି ପ୍ରଶ୍ନ ଉଠିବା ସ୍ୱାଭାବିକ୍ ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ସୁର ରାଉତରାୟ, ନିର୍ବାଚନ ରାଜନୀତିରୁ ଦୂରେଇ ରଖିବା ପାଇଁ ଇସାରା ଦେଇ ସାରିଥିବା ବେଳେ ଆଉ କିଛି ବିଧାୟକ ୨୦୨୪ ନିର୍ବାଚନରେ ଲଢିନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମାନଙ୍କ ଭିତରେ ଅଛନ୍ତି । ଅନନ୍ତ ଦାସ, ବିଜେଡି ବିଧାୟକ । ଜୟନାରାୟଣ ମିଶ୍ର, ବିଜେପି ବିଧାୟକ । ପ୍ରଦୀପ୍ତ ନାୟକ ବିଜେପିି ବିଧାୟକ । ଉଷା ଦେବୀ, ବିଜେଡି ବିଧାୟକ । ରଘୁନନ୍ଦନ ଦାସ, ବିଜେଡି ବିଧାୟକ । ବଦ୍ରି ନାରାୟଣ ପାତ୍ର, ବିଜେଡି ବିଧାୟକ । ପ୍ରଫୁଲ ସାମଲ, ବିଜେଡି ବିଧାୟକ । ବଦ୍ରି ପାତ୍ର, ବିଜେଡି ବିଧାୟକ । ଜ୍ୟୋତିନ୍ଦ୍ର ନାଥ ମିଶ୍ର, ବିଜେଡି ବିଧାୟକ ।

ତେବେ ବସ୍ତାର ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ଏବଂ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲଙ୍କ ଭଳି ବିଧାୟକ ଏବେ ବି ୨୪ ନିର୍ବାଚନକୁ ନେଇ ଆଶାବାଦୀ ଅଛନ୍ତି । ଏସବୁ ଭିତରେ ବିଧାନସଭାର ଯେଉଁ ଚିତ୍ର ଆସିଥିଲା ସମସ୍ତଙ୍କୁ ଭାବବିହ୍ୱଳ କରି ଦେଇଛି । ଗୃହ ଛାଡିବା ଆଗରୁ ମୁଣ୍ଡିଆ ମାରି ସୁର ରାଉତରାୟ ବାହାରିଥିବା ବେଳେ ଅତି ଭାବ ବିହ୍ୱଳ ହୋଇଯାଇଥିଲେ ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ ।