କନକ ବ୍ୟୁରୋ: ଆଜି ବିଧାୟକଙ୍କ ଶପଥପାଠର ଦ୍ୱିତୀୟ ଦିନରେ ଶପଥଗ୍ରହଣ ପାଇଁ ବିଧାନସଭାରେ ପହଞ୍ଚିଛନ୍ତି ନବନିର୍ବାଚିତ ବିଧାୟକ । କଳିକେଶ ସିଂଦେଓ , ପାରଳାଖେମୁଣ୍ଡି ବିଜେଡ଼ି ବିଧାୟକ ରୁପେଶ ପାଣିଗ୍ରାହୀ ମଧ୍ୟ ତାଙ୍କ ପରିବାର ସହ ବିଧାୟକ ଭାବେ ଶପଥ ଗ୍ରହଣ କରିବାକୁ ବିଧାନସଭାକୁ ପ୍ରବେଶ କରିଥିବାବେଳେ ବଡମ୍ବା ବିଧାୟକ ବିଜୟ ଦଳବେହେରା ନିଆରା ଢଙ୍ଗରେ ବିଧାନସଭାରେ ପହଂଚିଥିଲେ । ହାତରେ କଳସି ଧରି ବିଧାନସଭାରେ ପହଞ୍ଚିଥିଲେ । ନିଜ ମାଟି ମା’ ତଥା ଅଞ୍ଚଳର ପ୍ରତୀକ ଭାବେ କଳସରେ ବଡମ୍ବା ମାଟିକୁ ନେଇ ବିଧାନସଭାରେ ପହଞ୍ଚିଥିଲେ ।

Advertisment

ଏହାସହ ଭଦ୍ରକ ବାସୁଦେବପୁର କଂଗ୍ରେସ ବିଧାୟକ ଆଶୋକ ଦାସ, ଲକ୍ଷ୍ମୀପୁର ଯୁବ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ମଧ୍ୟ ବିଧାନସଭାର ପ୍ରବେଶ ଦ୍ୱାରରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ । ତେବେ ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁରବାସୀଙ୍କ ସେବା କରି ସେମାନଙ୍କୁ ବିଶ୍ୱାସ ଜିତିବେ ବୋଲି କହିଛନ୍ତି ପବିତ୍ର ।