କରୋନାରେ ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ପିଏସଓ ମୃତ । କରୋନା ଜନିତ ପ୍ରଥମ ପୋଲିସ ଭାବେ ରାଜଧାନୀରେ ଯାଇଛି ଜୀବନ । ୧୭ ତାରିଖରେ କରାଯାଇଥିଲା କୋଭିଡ୍ ଟେଷ୍ଟ

୨୧ରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତି ହୋଇଥିଲେ ୪୫ ବର୍ଷିୟ ଆଶିଷ୍ ମହାକୁଳ

748

କନକ ବ୍ୟୁରୋ: କରୋନାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପିଏସଓ ଆଶିଷ ମହାକୁଳଙ୍କର ମୃତ୍ୟୁ ହୋଇଛି । କରୋନା ଜନିତ ପ୍ରଥମ ପୋଲିସ ଭାବେ ରାଜଧାନୀରେ ଆଶିଷଙ୍କର ଜୀବନ ଯାଇଛି । ଗତ ୧୭ ତାରିଖରେ ବିଧାୟକ, ଆଶିଷ ଓ ତାଙ୍କ ଡ୍ରାଇଭରଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ୨୧ ତାରିଖରୁ ସଂଗରୋଧରେ ଥିଲେ । ଜ୍ୱର, କାଶ ଓ ଥଣ୍ଡା ହେବାରୁ ୨୧ ତାରିଖରେ ହାଇଟେକ୍ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ୨୫ ତାରିଖରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଭେଂଟିଲେଟରରେ ରଖାଯାଇଥିଲା । ୧୯୯୫ ମସିହାରୁ ସପ୍ତମ ବାଟାଲିୟନରେ ୨୦ ବର୍ଷ କାର୍ଯ୍ୟ କରିବା ପରେ ରିଜର୍ଭ ପୋଲିସକୁ ଆସିଥିଲେ । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି ।