କନକ ବ୍ୟୁରୋ: ଭୁଲ୍ କଲା ପ୍ରଶାସନ । ହେଲେ କ୍ଷମା ମାଗିଲେ ନେତା । ପରବ ମଞ୍ଚରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟରେ ‘ପରବ’ ମହୋତ୍ସବ ଚାଲିଥିଲା । ମହୋତ୍ସବ ପାଇଁ ଲୋକେ ବହୁ ଉତ୍ସାହିତ ଥିବାବେଳେ କିନ୍ତୁ ଲୋକଙ୍କୁ ମିଳିଥିଲା ଅଧିକ ଯନ୍ତ୍ରଣା । ଭିଡ ସାଙ୍ଗକୁ ଘଂଟା ଘଂଟା ଧରି ଲାଗିରହିଥିଲା ଟ୍ରାଫିକ୍ ସମସ୍ୟା । ଆଉ ତାରି ଭିତରେ ଫସି ରହିଥିଲେ ଲୋକମାନେ । ପ୍ରାୟ ୬ଘଂଟାରୁ ଅଧିକ ସମୟ ଧରି ଭିଡ ଲାଗିହିଥିଲା । ଲୋକେ ନାଁ ଭିଡରୁ ବାହାରିପାରିଲେ ନା ମହୋତ୍ସବର ମଜା ନେଇପାରିଲେ । ଏହି ଭିଡ ଭିତରେ ନିମନ୍ତ୍ରିତ ଅତିଥି ବି ଫସି ରହିଗଲେ । ସୋସିଆଲ ମିଡିଆରେ ଏହି ଖବର ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ ପାରିବା ପଣିଆ ଯେମିତି ପଦାରେ ପଡିଯାଇଛି । ଲକ୍ଷାଧିକ ଲୋକଙ୍କ ଭିଡ ଲାଗୁଥିବା ବେଳେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଉପୁଜିଛି ଏହି ଟ୍ରାଫିକ ସମସ୍ୟା । ଏହି ଘଟଣା ନେଇ ମଂଚ ଉପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷମା ମାଗିଛନ୍ତି । ଆଗାମୀ ଦିନରେ ପରବ ପାଇଁ ସ୍ୱତନ୍ତ୍ର ପଡିଆ କରିବାକୁ ସେ କହିଛନ୍ତି । ତା ସହିତ ତାହା ପରବ ନାଁରେ ନାମିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ପରବ ମଞ୍ଚରେ କ୍ଷମା ମାଗିଲେ ବିଧାୟକ ତାରାପ୍ରସାଦ ବାହିନୀପତି। କୋରାପୁଟରେ ଟ୍ରାଫିକ୍ ସମସ୍ୟା ଯୋଗୁ ଘଣ୍ଟା ଘଣ୍ଟା ଧରି ଫସିଥିଲେ ଲୋକେ।
/kanak/media/post_attachments/wp-content/uploads/2022/12/19-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)