ଭି.କେ.ପାଣ୍ଡିଆନଙ୍କୁ ନେଇ ବେଶ୍ ଉତ୍ସାହିତ ବିଜେଡି ନେତା: ବିଧାୟକ ସୁଧୀର ସାମଲ କହିଲେ, ଖୁବଶୀଘ୍ର ବଦଳିିବାକୁ ଯାଉଛି ଓଡିଶାର ସିଷ୍ଟମ

154

କନକ ବ୍ୟୁରୋ: ଭି.କେ.ପାଣ୍ଡିଆନଙ୍କୁ ନେଇ ବେଶ୍ ଉତ୍ସାହିତ ବିଜେଡି ନେତା । ପାଣ୍ଡିଆନ ରାଜନୀତିରେ ଯୋଗ ଦେଇନଥିଲେ ବି ତାଙ୍କୁ ଜଣଙ୍କ ପରେ ଜଣେ ବିଜେଡି ନେତା ପ୍ରଶଂସା କରିବାରେ ଲାଗିଛନ୍ତି । ପୂର୍ବରୁ ବହୁ ବରିଷ୍ଠ ନେତା ପାଣ୍ଡିଆନଙ୍କ ଦକ୍ଷତାକୁ ପ୍ରଶଂସା କରିଥିବାବେଳେ, ଆଜି ଆଉ ପାଦେ ଆଗେଇ ଯାଇଛନ୍ତି ବିଧାୟକ ସୁଧୀର ସାମଲ । ବିଜେଡି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି, ଖୁବଶୀଘ୍ର ଓଡିଶାର ସିଷ୍ଟମ ବଦଳିବାକୁ ଯାଉଛି । ସମ୍ପୂର୍ଣ୍ଣ କାୟାକଳ୍ପ ପରିବର୍ତନ ହେବାକୁ ଯାଉଛି । କାୟାକଳ୍ପର ଦାୟିତ୍ୱ ନେଇଛନ୍ତି ଭି.କେ.ପାଣ୍ଡିଆନ । ଅନ୍ୟପଟେ ବିଜେଡି ନେତାଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତିି ବିରୋଧୀ । ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କଟାକ୍ଷ କରି କହିଛନ୍ତି, ବିଜେଡିର କିଛି ନୀତି ନିୟମ ନାହିଁ । ଓଡିଶାବାସୀଙ୍କ ମନରେ ସମ୍ଭବତ ଓଡିଶାବାସୀଙ୍କ ମନରେ କିଛି ଚେତା ଆସିଲାଣି କିନ୍ତୁ ବିଜେଡି ନେତାମାନେ ଜାଣି ପାରୁନାହାନ୍ତି । ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।