କନକ ବ୍ୟୁରୋ: ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ସୁନ୍ଦରଗଡ ବିଧାୟିକା । ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଗୀତ ଓ ଲୋକ ନୃତ୍ୟରେ ଦୁଲୁକିଛି ମଞ୍ଚ ।
ଜିଲ୍ଲା ପ୍ରଶାସନର ନୂଆ ଖାଇ ଭେଟଘାଟରେ ଅତିଥି ଭାବେ ସାମିଲ ହୋଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ସାଂସ୍କୃତି କାର୍ଯ୍ୟକ୍ରମରେ ନୃତ୍ୟ ଶିଳ୍ପଙ୍କ ମଂଚକୁ ଉଠିଥିଲେ ବିଜେପି ବିଧାୟକ । ନୃତ୍ୟ ଶିଳ୍ପୀଙ୍କ ସହ ହାତରେ ହାତ ଛନ୍ଦି, ବାଦ୍ୟର ତାଳେ ତାଳେ ପାଦ ମିଶାଇଥିଲେ । ଆଉ ମଂଚ ଉପରେ ବିଧାୟିକା କୁସୁମ ଟେଟେଙ୍କ ନୃତ୍ୟ, ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ମନ ଜିଣିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/10-5.jpg)