କନକ ବ୍ୟୁରୋ: ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବାର୍ଥଡେ’କୁ ନେଇ ଚର୍ଚ୍ଚା । କଲେଜ କ୍ୟାମ୍ପସରେ ବାର୍ଥଡେ’ ପାଳନକୁ ନେଇ ଉଠିଲା ପ୍ରଶ୍ନ । ସୂଚନା ଅନୁସାରେ ଗତକାଲି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ସଂଯୋଗ ବଶତଃ ସେଦିନ ତାଙ୍କର ମଧ୍ୟ ଜନ୍ମଦିନ ଥିଲା । ଏଭଳି ଏକ ସମୟରେ ବିଧାୟକଙ୍କ ଜନ୍ମଦିନ ପାଇଁ କଲେଜ କ୍ୟାମ୍ପସରେ କେକ୍ କାଟିଥିଲେ କଲେଜର କର୍ମଚାରୀ । ଯାହାକୁ ନେଇ ଏବେ ନୂଆ ବିତର୍କ ସୃଷ୍ଟି ହୋଇଛି । ପ୍ରଶ୍ନ ହେଉଛି, ବିଧାୟକଙ୍କ ବାର୍ଥଡେ’ ପାଇଁ କଲେଜ କାହିଁକି କାଟିବ କେକ୍?