ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ । ଜେଇଙ୍କୁ ଉଠବସ୍ କରି ଜେଲ ଯାଇଥିଲେ

170

କନକ ବ୍ୟୁରୋ: ସରୋଜ ମେହେରଙ୍କୁ ମିଳିଲା ଜାମିନ । ପାଟଣଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରୁ ସରୋଜଙ୍କୁ ଜାମିନ ମିଳିଲା । ୨ ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ସରୋଜଙ୍କୁ ଜାମିନ ଦେଇଛନ୍ତି କୋର୍ଟ ।

ତେବେ ଜେଇଙ୍କୁ ଉଠବସ ମାମଲାରେ ସରୋଜ ଜେଲ ଯାଇଥିଲେ । ଗିରଫ ପରେ ପାଟଣାଗଡ ଜେଲରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଏଡିଜେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ସେତେବେଳେ ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ ନିଜ ଜାମିନ ପାଇଁ ନିଜେ ଲଢିଥିଲେ ବିଧାୟକ । କିନ୍ତୁ କୋର୍ଟ ବିଧାୟକଙ୍କ ଜାମିନ ଶୁଣାଣିକୁ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ ଆଉ ତାପରେ ଝାରପଡା ଜେଲକୁ ସ୍ଥାନାନ୍ତର ହୋଇଥିଲେ ସରୋଜ ।

ଆଉ ଆଜି ସରୋଜଙ୍କୁ ଜାମିନ ଶୁଣାଣି ପରେ ତାଙ୍କ ଜାମିନକୁ ମଞ୍ଜୁରୀ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ । ୨ ଜଣ ଜାମିନଦାର ଓ ୨୫ ହଜାର ଟଙ୍କା ଜାମିନ ବଦଳରେ ତାଙ୍କୁ ଜାମିନ ମିଳିଛି ।