ନିମାପଡ଼ାରୁ ଟିକେଟ କଟିବା ପରେ ବିଧାୟକ ସମୀର ଦାଶଙ୍କ ଶକ୍ତି ପ୍ରଦର୍ଶନ: ହଜାର ହଜାର ସମର୍ଥକଙ୍କୁ ନେଇ କଲେ ବିଶାଳ ରୋଡ୍ ସୋ’

654

କନକ ବ୍ୟୁରୋ: ବିଧାନସଭା ଟିକେଟ କଟିବା ପରେ, ନିମାପଡାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର ଦାଶ । ସମୀରଙ୍କୁ ଟିକେଟ ନମଳିବା ପରେ ତାଙ୍କ ସମର୍ଥକ ମେଳି କରିଥିଲେ । ନିଷ୍ପତିର ପୁନଃବିଚାର କରିବା ପାଇଁ ଦୁଇ ଦିନ ସମୟ ଦେଇଥିଲେ । କିନ୍ତୁ ଦୁଇ ଦିନ ବିତିଯାଇଥିଲେ ବି, ଶୀର୍ଷ ନେତୃତ୍ୱ ନିଷ୍ପତିର ପୁନଃବିଚାର ନକରିବା ପରେ, ଆଜି ହଜାର ହଜାର ସମର୍ଥକଙ୍କୁ ଧରି ବିଶାଳ ରୋଡ ସୋ କରିଛନ୍ତି । କର୍ମୀ ସମାବେଶ କରି ନିଷ୍ପତିର ପୁନଃବିଚାର କରିବାକୁ ଅପିଲ କରିଛନ୍ତି । ତାଙ୍କ ସମର୍ଥକମାନେ ସମାନ ଅନୁରୋଧ କରିଛନ୍ତି । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ସମୀର ୨୦୦୭ରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ୨୦୦୯ରେ ଦଳ ତାଙ୍କୁ ନିମାପଡାରୁ ବିଧାନସଭା ପ୍ରାର୍ଥୀ କରିଥିଲା । ସେହି ନିର୍ବାଚନରେ ସମୀର କଂଗ୍ରେସ ନେତା ରମୁ ପାତ୍ରଙ୍କୁ ୪୦ ହଜାର ଭୋଟରେ ହରାଇଥିଲେ । ୨୦୧୪ରେ ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କୁ ୨୩ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ୨୦୧୯ରେ ସମାନ ଭାବରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ୩୨ ହଜାର ଭୋଟରେ ହରାଇ ଦେଇଥିଲେ । ଏଥର ମଧ୍ୟ ସେ ଟିକେଟ ପାଇବାକୁ ଆଶା ରଖିଥିଲେ । ହେଲେ, ଶେଷରେ ଦଳ ତାଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି ।