ଟିକେଟ୍ କଟିଲା, ବିଜେଡି ସହ ସମ୍ପର୍କ ତୁଟିଲା । ଦଳରୁ ଇସ୍ତଫା ଦେଲେ ବିଧାୟକ ରମେଶ ସାଏ ।

1,557

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ନେତାଙ୍କ ଦଳଡିଆଁ ସେତେ ଜୋରଦାର ହେଉଛି । ଜଣେ ପରେ ଜଣେ ନେତା ଦଳ ଡେଉଁଥିବା ବେଳେ ଏହି ପର୍ବରେ ଏବେ ସାମିଲ ହୋଇଛନ୍ତି ବିଧାୟକ ରମେଶ ସାଏ । ଦଳରୁ ଇସ୍ତଫା ଦେଇ ବିଜେଡିକୁ ବାଏବାଏ କରିଛନ୍ତି ରମେଶ ।

ତେବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ବିଜେଡି ଛାଡିଛନ୍ତି । ଚିଠିରେ ବ୍ୟକ୍ତିଗତ କାରଣ ଦର୍ଶାଇ ଶଙ୍ଖ ଛାଡିଛନ୍ତି । ଗତକାଲି ନଳୀନକାନ୍ତ ପ୍ରଧାନଙ୍କୁ ବିଜେଡି ଟିକେଟ୍ ଦେବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ରମେଶ । ତେବେ ଶଙ୍ଖ ଛାଡି ପଦ୍ମ ଶିବିର ମୁହାଁ ରମେଶ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।